ସେଟରେ କ୍ୟାଟ୍ରିନା କୈଫ ଲଗାଇଲେ ଝାଡୁ ତ ଅକ୍ଷୟ କୁମାର କହିଲେ ଏପରି ଦେଖନ୍ତୁ ଭିଡିଓ

ନିକଟରେ ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ କ୍ୟାଟ୍ରିନା କୈଫ ଝାଡୁ ଲଗାଉଥିବା ଦେଖିବାକୁ ମିଳିଛନ୍ତି। ତେବେ ଏହି ଭିଡ଼ିଓଟି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ସୂର‌୍ୟବଂଶୀ’ଙ୍କ ସେଟରୁ ସେ ନିଜେ ବନାଇଥିଲେ । ଏଥିରେ ସେ କ୍ୟାଟ୍ରିନାଙ୍କୁ ପଚାରୁଛନ୍ତି ଯେ “କ୍ୟାଟ୍ରିନାଜି ଆପ କ୍ୟା କର ରହେ ହେ ?” । ତେବେ ଏହାର ଉତ୍ତରରେ କ୍ୟାଟ୍ରିନା କହୁଛନ୍ତି ଯେ “ସଫାଈ କର ରହି ହୁଁ ସଫାଈ” ।

 

View this post on Instagram

 

Spotted : The newest #SwachhBharat brand ambassador on the sets of #Sooryavanshi 😬 @katrinakaif #BTS

A post shared by Akshay Kumar (@akshaykumar) on


ରୋହିତ ସେଟ୍ଟୀଙ୍କର ଏହି ଫିଲ୍ମରେ ଅକ୍ଷୟ କୁମାର, ଅଜୟ ଦେବଗନ ଓ ରଣବୀର ସିଂ ପ୍ରମୁଖ ଦେଖିବାକୁ ମିଳିବେ । ଏହି କପ ଡ୍ରାମା ମୁଭି ମାର୍ଚ୍ଚ ମାସ ୨୭ ତାରିଖରେ ରିଲିଜ ହୋଇପାରେ । ତେବେ ଏହି ଫିଲ୍ମ କରନ ଜୋହର ଏବଂ ରୋହିତ ସେଟ୍ଟୀଙ୍କର ପ୍ରଥମ ପ୍ରଡକ୍ସନ ଭେଞ୍ଚର ଅଟେ । ଫିଲ୍ମରେ ଅକ୍ଷୟ କୁମାର ଏବଂ କରିନାଙ୍କର ଏକ ଗୀତ ‘ଟିପ ଟିପ ବରଷା ପାନୀ’କୁ ରିକ୍ରିଏଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.