Below header

ଗୁରୁଗ୍ରାମରେ ଗଳିପଡିଲା ନିର୍ମାଣାଧୀନ ଫ୍ଲାଏଓଭର: ଜଣେ ମୃତ, ଅନେକ ଦବିଥିବା ଆଶଙ୍କା

ରାଜଧାନୀ ଦିଲ୍ଲୀର ସେଟ ଗୁରୁଗ୍ରାମରେ ନିର୍ମାଣାଧୀନ ଫ୍ଲାଏଓଭରର ଏକ ଭାଗ ଭୁଶୁଡି ପଡିଛି। ଏହି ଦୁର୍ଘଟଣା ଦୌଲତାବାଦ ପାଖରେ ଥିବା ଗୁରୁଗ୍ରାମ-ଦ୍ବାରକା ଏକ୍ସପ୍ରେସରେ ଘଟିଛି। ଦୁର୍ଘଟଣାରେ ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଦବି ରହିଥିବା ଆଶଙ୍କା ରହିଛି।

ଏହି ଫ୍ଲାଏଓଭର ସିଧାସଳଖ ଦିଲ୍ଲୀ ସହିତ ସଂଯୋଗ ହେଉଥିଲା। ଫ୍ଲାଏଓଭର ସହିତ ଲାଗିଥିବା ମେସିନ ମଧ୍ୟ ଗଳିପଡିଛି। ଏହି ଦୁର୍ଘଟଣା ଆଜି ସକାଳ ସାଢେ ୭ଟାରେ ହୋଇଥିଲା। କାମ କରୁଥିବା ସମୟରେ ୩-୪ ଜଣ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛି। ଏହା ପୂର୍ବରୁ ସୋନା ରୋଡରେ ନିର୍ମାଣାଧୀନ ଫ୍ଲାଏଓଭର ଗଳି ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.