Below header

କଣ ଆପଣ ବି ଡିପ୍ରେସନର ଶିକାର? ତେବେ ଘରେ ବସି ଏପରି କମ୍ କରନ୍ତୁ

ଡିପ୍ରେସନ୍ କାରଣରୁ ଲୋକଙ୍କୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଆଜିର ଯୁଗରେ ତ ଡିପ୍ରେସନର ଶିକାର ପ୍ରାୟ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି। ଏହି ଡିପ୍ରେସନ ଏତେ ଖତରନାକ ଯେ ଏଥିରେ ପୀଡିତ ବ୍ୟକ୍ତି ବହୁତ କଷ୍ଟ ଯନ୍ତ୍ରଣା ସହିଥାନ୍ତି। ଏମାନେ କୌଣସି କାମ କରିନଥାନ୍ତି ଏବଂ ସାମାଜିକ ଭାବରେ ତାଙ୍କ ବ୍ୟବହାରରେ ବହୁତ ପରିବର୍ତ୍ତନ ଆସିଥାଏ। ଏମାନେ କାହା ସହିତ ଖୋଲିକି କଥା ହୋଇପାରନ୍ତିନି। ଡିପ୍ରେସନର ଲକ୍ଷଣ ବିଷୟରେ ଆପଣ ଶୁଣିଥିବେ ତେବେ ଏହା ମଧ୍ୟ ଶୁଣିଥିବେ ଯେ କିଛି ଜିନିଷ ଅଛି ଯାହା ସାହାଯ୍ୟରେ ଆପଣ ଘରେ ବସି ବସି ଡିପ୍ରେସନକୁ କମ୍ କରିପାରିବେ।

କଦଳୀ

bananaକଦଳୀ ଖାଇବା ଦ୍ୱାରା ଆମ ଶରୀର ଶକ୍ତି ନିୟନ୍ତ୍ରଣରେ ରହିଥାଏ। ଏହାବ୍ୟତୀତ ଆମର ନର୍ଭସ ସିଷ୍ଟମ ମଧ୍ୟ ସୁସ୍ଥ ରହିଥାଏ। ଯେତେବେଳେ ଆମ ଶରୀର ଷ୍ଟ୍ରେସରେ ଥାଏ ସେତେବେଳେ ଶରୀରରେ ଭିଟାମିନ ବି ଅଭାବ ରହିଥାଏ। କଦଳୀ ଖାଇବା ଦ୍ୱାରା ଏହା ଆମ ଶରୀରକୁ ଭିଟାମିନ୍ ବି ଦେଇଥାଏ।

ଅଣ୍ଡା

ଅଣ୍ଡା ଖାଇବା ଦ୍ୱାରା ଆମ ଶରୀର ପୂରା ଦିନ ଫୂର୍ତ୍ତି ରହିଥାଏ। ଅଣ୍ଡା ଖାଇବା ଦ୍ୱାରା ଆମର ବ୍ଲଡ ସୁଗାର ଲେବଲ ବି କମ୍ ରହିଥାଏ। ଏହାସହିତ ଏହା ଆମ ଓଜନକୁ ମଧ୍ୟ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଏହି ସବୁ ଫାଇଦା ଆମକୁ ଖୁସି ଦେଇଥାଏ ଯେଉଁ କାରଣରୁ ଆମେ କମ୍ ଚିନ୍ତା ଅନୁଭବ କରିଥାନ୍ତି।

breaddଅଟାରେ ପ୍ରସ୍ତୁତ ବ୍ରେଡ

ଏହି ବ୍ରେଡ କାର୍ବୋହାଇଡ୍ରେଟରେ ଭରପୂର ରହିଥାଏ ଏବଂ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏଥିରେ ସେଲେନିୟମ ମଧ୍ୟ ରହିଥାଏ। ଯାହା ଶରୀରକୁ ରୋଗରୁ ଲଢ଼ିବା ପାଇଁ ସାହାଯ୍ୟ କରେ ଏବଂ ଆପଣ ନିଜ ହେଲ୍ଥକୁ ନେଇ ବହୁତ ଭଲ ଅନୁଭବ କରିଥାନ୍ତି।

chocolateଡାର୍କ ଚକୋଲେଟ

ଆମେ ସମସ୍ତେ ଜାଣିଛନ୍ତି ଯେ ଡାର୍କ ଚକୋଲେଟ ମୁଡ ଚେଞ୍ଜ କରିବାରେ ସାହାଯ୍ୟ କରେ। ଏହାବ୍ୟତୀତ ଡାର୍କ ଚକୋଲେଟରେ ଡୋପାମାଇନ, ସେରୋଟୋନିନ ଏବଂ ଫିନାଇଲ ଇଥାଇଲ ଅମିନ ରହିଥାଏ ଯାହା ଆମ ମସ୍ତିଷ୍କକୁ ଖରାପ ଭାବନା ଆସିବାକୁ ଅଟକାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.