ଇଂଲଣ୍ଡର ସ୍କୁଲ ସିଲାବସରେ ସ୍ଥାନ ପାଇଲା ‘ ମୁନ୍ନୀ ବଦନାମ୍ ହୁଇ’, ମଲାଇକା ସେୟାର କଲେ ଗୁଡ ନ୍ଯୁଜ୍

ବଲିଉଡରେ ମଲାଇକା ଆରୋରାଙ୍କ ହିଟ୍ ଡ୍ଯାନ୍ସ ନମ୍ବର ସମସ୍ତଙ୍କୁ ଜଣା। ‘ଦିଲ୍ ସେ’ ହେଉ ଅବା ‘ଦବଙ୍ଗ’, ଫିଲ୍ମରେ ମଲାଇକାଙ୍କ ଛେୟାଁ ଛେୟାଁ ଏବଂ ମୁନ୍ନୀ ବଦନାମ ହୁଇ ଗୀତ ଫିଲ୍ମଠୁ ଅଧିକ ସୁପରହିଟ୍ ରହିଥିଲା। ଏବେ ମଲାଇକାଙ୍କ ଏହି ଆଇଟମ୍ ନମ୍ବର ଇଂଲଣ୍ଡର ସ୍କୁଲରେ ପଢ଼ାଯିବ। ପିଲାମାନଙ୍କୁ ସଙ୍ଗୀତର ବିଭିନ୍ନ ଦିଗ ଉପରେ ଶିକ୍ଷା ଦେବାକୁ ଯୋଜନା କରିଥିବା ବ୍ରିଟିଶ ଶିକ୍ଷା ବିଭାଗ ସ୍କୁଲ୍ ସିଲାବସରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ବଲିଉଡ ହିଟ୍ ଏବଂ ଭାଙ୍ଗଡ଼ା ବିଟ୍ ସାମିଲ କରିଥିବା ଜଣାପଡ଼ିଛି ।

ଏହି ଖବର ନେଇ ଅଭିନେତ୍ରୀ ମଲାଇକା ଆରୋରା ନିଜ ଅଫିସିଆଲ ପେଜରେ ସେୟାର କରିଛନ୍ତି। ଶୁକ୍ରବାର ସ୍କୁଲର ନୂଆ ମ୍ୟୁଜିକ୍ କରିକୁଲମ ଗାଇଡ୍ସ୍ ଜାରି କରାଯାଇଛି। ସଂଗୀତର ଏହି ପାଠ୍ୟକ୍ରମରେ ବଲିଉଡ୍ ହିଟ୍ ମୁନ୍ନୀ ବଦନାମ୍ ହୁଇ ଗୀତ ସମେତ ସ୍ଲମଡଗ୍ ମିଲେନିୟର ଫିଲ୍ମର ଗୀତ ‘ଜୟ ହୋ’ ମଧ୍ୟ ସାମିଲ ହୋଇଛି । ଏହା ସହ କିଶୋରୀ ଅମୋନକରଙ୍କ ଗୀତ ସହେଲୀରେ, ଅନୁଷ୍କା ଶଙ୍କରଙ୍କ ଇଣ୍ଡିଆନ୍ ସମର ମଧ୍ୟ ସ୍ଥାନ ପାଇଛି।

ସୂଚନଯୋଗ୍ୟ, ମୁନ୍ନୀ ବଦନାମ ହୁଇ ଗୀତଟି ୨୦୧୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦବଙ୍ଗ’ର ହିଟ୍ ଗୀତ। ଏହାକୁ ମମତା ଶର୍ମା ଏବଂ ଐଶ୍ବର୍ଯ୍ୟା ଗୀତ ଗାଇଥିଲେ। ଏହି ଗୀତକୁ ଲଳିତ ପଣ୍ଡିତ ଲେଖିଥିଲେ। ଇଂଲଣ୍ଡ ସ୍କୁଲ୍ ସିଲାବସରେ ଏହି ଗୀତ ସାମିଲ ହେବା ନେଇ ବେଶ୍ ଖୁସି ରହିଛନ୍ତି ମଲାଇକା।

Leave A Reply

Your email address will not be published.