Below header

ଶ୍ରୀମନ୍ଦିର ପରିସରରେ ଖସିଲା ମୂର୍ତ୍ତି, ସେବାୟତ ଗୁରୁତର

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ପରିସରରେ ଖସିଲା ମୂର୍ତ୍ତି। ବଡଦେଉଳରୁ ମୂର୍ତ୍ତି ଖସିପଡିଥିବା ଜଣାପଡିଛି। ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ନିକଟରେ ଥିବା ଉଗ୍ର ନୃସିଂହ ମନ୍ଦିରରେ ଏହିି ଅଘଟଣ ଘଟିଛି । ଏହି ମନ୍ଦିରରେ ଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଅଚାନକ ତଳକୁ ଖସି ପଡ଼ିଥିଲା । ସେତେବେଳେ ସେଠାରେ ତଳେ ଥିବା ଜଣେ ସେବାୟତଙ୍କ ଉପରେ ଏହା ଖସି ପଡ଼ିଲା । ଫଳରେ ସେବାୟତ କୁନୁ ମହାପାତ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ରହିଛି।
ଏହି ହିରଣ୍ୟକଶ୍ୟପ ମୂର୍ତ୍ତିର ଉଚ୍ଚତା ପ୍ରାୟ ୩ ଫୁଟ ହେବ ବୋଲି କୁହାଯାଉଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଘଟଣାର ପ୍ରଥମିକ ତଦନ୍ତ କରିଛନ୍ତି । କିଭଳି ଭାବେ ମୂର୍ତ୍ତି ଖସିଲା ସେ ନେଇ ତଦନ୍ତ କରାଯାଉଛି ।
ଅନ୍ୟପକ୍ଷରେ ଦୋଳ ପୂର୍ଣ୍ଣିମା ଦିନ ଏଭଳି ଏକ ଅଘଟଣକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.