ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମାରେ ଅଘଟଣ: ଉଗ୍ର ନୃସିଂହ ମନ୍ଦିରରୁ ଖସିଲା ହିରଣ୍ୟକଶ୍ୟପ ମୂର୍ତ୍ତି,ସେବାୟତ ଗୁରୁତର

ପୁରୀ(କେନ୍ୟୁଜ୍):  ଶ୍ରୀମନ୍ଦିରରେ ଅଘଟଣ। ବେଢାରେ ଖସିଲ ପଥର ମୂର୍ତ୍ତି । ଉଗ୍ର ନୃସିଂହ ମନ୍ଦିରର ହିରଣ୍ୟକଶ୍ୟପ ମୂର୍ତ୍ତି ଜଣେ ସେବାୟତଙ୍କ ଉପରେ ପଡିବାରୁ ଆହତ ହୋଇଛନ୍ତି । ଆହତ ସେବାୟତଙ୍କୁ ପ୍ରଥମେ ପୁରୀ ବଡ ଡାକ୍ତରଖାନା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ସେବାୟତ କୁନୁ ମହାପାତ୍ର ତଳେ ବସିଥିବା ବେଳେ ନୃସିଂହ ମନ୍ଦିର ଛାତରୁ ମୂର୍ତ୍ତିଟି ଖସି ପଡ଼ିଥିଲା । ଆହତ ସେବାୟତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିବ। ଶ୍ରୀମନ୍ଦିର ନୀତି ପ୍ରଶାସକ ଘଟଣାର ପ୍ରାଥମିକ ତଦନ୍ତ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.