ଆଜି ରାତିରୁ ମହାରାଷ୍ଟ୍ରରେ ଲାଗିବ ନାଇଟ କର୍ଫ୍ୟୁ, ମଲ୍‌ ଗୁଡିକ ରାତି ୮ଟା ପରେ ବନ୍ଦ

କେନ୍ୟୁଜ୍(ବ୍ୟୁରୋ):  ମହାରାଷ୍ଟ୍ରକୁ ଫେରିଲା ନାଇଟ କର୍ଫ୍ୟୁ । ଆଜି ରାତିରୁ ମହାରାଷ୍ଟ୍ରରେ ଲାଗିବ ନାଇଟ କର୍ଫ୍ୟୁ । ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ମଲ୍‌ ଗୁଡିକ ରାତି ୮ଟା ପରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସପିଂ ମଲ, ବଜାର, ସିନେମା ହଲରେ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଏବ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଫାଇନ ଦେବାକୁ ହେବ । ହୋଲି ବେଳେ ଏକାଠି ନ ହେବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି । ରାଜ୍ୟରେ ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଁଚିଛି । ଗତ ୨୪ ଘଣ୍ଟାରେ ୩୫ ହଜାର ୭୨୬ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ ୬ ହଜାର ୧୨୩ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୁମ୍ବାଇରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୧ ହଜାର ୭୫୧ରେ ପହଞ୍ଚିଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.