Below header

ମୋବାଇଲ କମ୍ପାନୀର ୱେୟାର ହାଉସ୍‌ରେ ଦୁର୍ଘଟଣା, ଲୁହା ର‍୍ୟାକ୍‌ ତଳେ ଚାପି ହୋଇଗଲେ ୩ କର୍ମଚାରୀ; ଜଣଙ୍କ ମୃତ୍ୟୁ

ଗ୍ରେଟର ନୋଏଡାର ବାଦଲପୁର ଥାନା ଅଧୀନ ଏକ ମୋବାଇଲ କମ୍ପାନୀ ୱେୟାର ହାଉସ୍‌ରେ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଲୁହା ର‍୍ୟାକ୍‌ ଖସି ଏହା ତଳେ ୩ କର୍ମଚାରୀ ଚାପି ହୋଇଯାଇଥିଲେ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିିଛି ।

ଗ୍ରେଟର ନୋଏଡାର ବାଦଲପୁର ଥାନା ଅଧୀନ ଏକ ମୋବାଇଲ କମ୍ପାନୀ ୱେୟାର ହାଉସ୍‌ରେ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଲୁହା ର‍୍ୟାକ୍‌ ଖସି ଏହା ତଳେ ୩ କର୍ମଚାରୀ ଚାପି ହୋଇଯାଇଥିଲେ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିିଛି । ଏହି ଦୁର୍ଘଟଣା ଯେତେବେଳେ ଘଟିଥିଲା, ସେହି ସମୟରେ ଆହୁରି ବି କର୍ମଚାରୀ ସେଠାରେ କାମ କରୁଥିଲେ । ଏହି ଘଟଣା ପରେ ୱେୟାର ହାଉସ୍‌ରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଗମ୍ଭୀର ଅବସ୍ଥାରେ ଜଣେ କର୍ମଚାରୀଙ୍କୁ ଅନ୍ୟମାନଙ୍କ ସହାୟତାରେ ବାହାର କରାଯାଇଥିଲା, ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଖବର ପାଇ ପୋଲିସ ପହଞ୍ଚି ଆହତ କର୍ମଚାରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ସେପଟେ ମୃତ କର୍ମଚାରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।

ମୃତକ ହେଲେ ୨୮ ବର୍ଷୀୟ ମନୀଷ । ଏହି ଘଟଣାରେ ମୃତକଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ପରିବାର ଲୋକେ ଏହି ମାମଲାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ କହିଛି, ଏହି ୱେୟାର ହାଉସ୍‌ ଏକ ମୋବାଇଲ କମ୍ପାନୀର । ଏଠାରେ ଗ୍ରାହକମାନଙ୍କ କାଗଜପତ୍ର ରଖାଯାଇଥାଏ । ସୋମବାର ରାତିରେ ହଠାତ୍‌ ଲୁହା ର‍୍ୟାକ୍‌ ଗୋଟିଏ ପରେ ଗୋଟିଏ ଭୁଶୁଡ଼ି ପଡ଼ିଥିଲା । ଫଳରେ ଏହା ତଳେ ୩ କର୍ମଚାରୀ ଚାପି ହୋଇଯାଇଥିଲେ ।

ସଙ୍ଗେ ସଙ୍ଗେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ୱେୟାର ହାଉସ୍‌ର ଇନ୍‌ଚାର୍ଜ ଏବଂ କମ୍ପାନୀର ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.