କପିଳପ୍ରସାଦ ସରକାରୀ ହାଇସ୍କୁଲରେ ‘ମୋ ସ୍କୁଲ’ ଉତ୍ସବ ପାଳିତ

କପିଳପ୍ରସାଦ ସରକାରୀ ହାଇସ୍କୁଲ ପରିସରରେ ‘ମୋ ସ୍କୁଲ’ ଉତ୍ସବ ପାଳିତ ହୋଇଛି ।

ଭୁବନେଶ୍ୱର : ସ୍ଥାନୀୟ କପିଳପ୍ରସାଦ ସରକାରୀ ହାଇସ୍କୁଲ ପରିସରରେ ‘ମୋ ସ୍କୁଲ’ ଉତ୍ସବ ପାଳିତ ହୋଇଛି । ଏଥିରେ ପୁରାତନ ଛାତ୍ର ସଂସଦ ସଭାପତି ମଦନ ମୋହନ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ଅତିଥି ଭାବେ କର୍ପୋରେଟର ଶ୍ରୀମତୀ ମଧୁସ୍ମିତା ପ୍ରଧାନ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦ ସଚିବ ବିଶ୍ୱଜିତ ମଙ୍ଗରାଜ, ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଅଂଶୁମାନ ସାମନ୍ତରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସଂସଦର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟଳୟର ୫-ଟି ରୂପାନ୍ତରୀକରଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.