ଏବେଠାରୁ ପାରଦ ଉପର ମୁହାଁ, ପାରଳାଖେମୁଣ୍ଡିରେ ୩୮.୨ ଡ଼ିଗ୍ରୀ ରେକର୍ଡ କାଟିଲା ତାପମାତ୍ରା

ଉପର ମୁହାଁ ପାରଦ। ଅସହ୍ୟ ତାତିରେ ଆଉଟୁପାଉଟୁ ରାଜ୍ୟର ଅଧିକାଂଶ ସ୍ଥାନ। ଚଳିତ ବର୍ଷ ପ୍ରଥମ ଥର ପାଇଁ ୩୮ ଡିଗ୍ରୀ ଅତିକ୍ରମ କରିଛି ପାରଦ। ଗଜପତିର ପାରଳାଖେମୁଣ୍ଡି ଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୨ ଡ଼ିଗ୍ରୀ ରେକର୍ଡ ହୋଇଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଉପର ମୁହାଁ ପାରଦ। ଅସହ୍ୟ ତାତିରେ ଆଉଟୁପାଉଟୁ ରାଜ୍ୟର ଅଧିକାଂଶ ସ୍ଥାନ। ଚଳିତ ବର୍ଷ ପ୍ରଥମ ଥର ପାଇଁ ୩୮ ଡିଗ୍ରୀ ଅତିକ୍ରମ କରିଛି ପାରଦ। ଗଜପତିର ପାରଳାଖେମୁଣ୍ଡି ଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୨ ଡ଼ିଗ୍ରୀ ରେକର୍ଡ ହୋଇଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ରହିଛି । ଆଗାମୀ ୩ରୁ ୪ଦିନ ଯାଏ ଦିନର ସର୍ବୋଚ୍ଚ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଓଡ଼ିଶା ଉପରେ ସକ୍ରିୟ ରହିଛି ଦୁଇଟି ଘୂର୍ଣ୍ଣିବଳୟ।

ଆଭ୍ୟନ୍ତରୀଣ ଓଡିଶା ଓ ସଂଲଗ୍ନ କ୍ଷେତ୍ର ଏବଂ ଅନ୍ୟଟି ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧିର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.