Below header

ଜାଣନ୍ତୁ ଏହି ୧୦୬ ବର୍ଷୀୟା କରୋନା ସଂକ୍ରମିତ ମହିଳାଙ୍କୁ, ଯେଉଁଠି ମୃତ୍ୟୁ ବି ହାର୍‌ ମାନିଛି

ନୁଆଦିଲ୍ଲୀ : କଥାରେ ଅଛି ‘ଯାକେ ରଖେ ସାଇଁୟା ମାର ସକେ ନା କୋଇ’ । ଅର୍ଥାତ ଯାହାକୁ ଭଗବାନ ରଖିବେ ତାକୁ ବା କିଏ ମାରି ପାରିବ । ଭାରତରେ କୁହାଯାଉଥିବା ଏହି କଥା ସ୍ପେନ୍‌ରେ ଜଣେ ୧୦୬ ବର୍ଷ ବୟସ୍କା ମହିଳାଙ୍କ ଠାରେ ସତ୍ୟ ପ୍ରମାଣିତ ହୋଇଛି ।

ଏହି ମହିଳା ଜଣକ ନିଜ ଜୀବନ କାଳ ମଧ୍ୟରେ ଦୁଇଟି ମହାମାରୀକୁ ସାମ୍‌ନା କରିଛନ୍ତି । ୧୯୧୮ ମସିହାରେ ହୋଇଥିବା ‘ସ୍ପେନିସ୍‌ ଫ୍ଲୁ’ ଓ ଏବେ କରୋନା ମହାମାରୀରେ ସଂକ୍ରମିତ ହୋଇ ମଧ୍ୟ ସେ ବଞ୍ଚିଯାଇଛନ୍ତି । ସ୍ପେନ୍‌ର ଏହି ୧୦୬ ବର୍ଷୀୟ ମହିଳା ଜଣକ ହେଲେ ଏନା ଡେଲ୍‌ ବେଲ୍‌ ।

ena

ଏନାଙ୍କ ବୋହୂ ପାକି ସାଂଚେଜ୍‌ କୁହନ୍ତି ଯେ ତାଙ୍କ ଶାଶୂ ୧୯୧୮ରେ ଶିଶୁ ଥିବା ବେଳେ ସ୍ପେନିସ୍‌ ଫ୍ଲୁ ର ସାମ୍‌ନା କରିଥିଲେ, ଏବେ ୧୦୬ ବର୍ଷରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ଭଲ ହୋଇଛନ୍ତି ।

ଏହି ମହିଳା, କରୋନାରେ ସଂକ୍ରମିତ ହୋଇ ଭଲ ହେବାରେ ବିଶ୍ୱର ସବୁଠୁ ବୟସ୍କା ମହିଳା ବୋଲି ଜଣାପଡ଼ିଛି । କରୋନାରେ ବିଶ୍ୱର ମୃତ୍ୟୁ ସଂଖ୍ୟା ଲକ୍ଷାଧିକକୁ ଟପିଛି ।

ମୃତକଙ୍କ ମଧ୍ୟରେ ଶିଶୁ ଠୁ ଯୁବକ ଓ ବୟସ୍କ ସବୁ ବର୍ଗର ଲୋକ ଅଛନ୍ତି । ହେଲେ ଏହି ସବୁଠୁ ବୟସ୍କା ମହିଳା କରୋନା ଭାଇରସ୍‌କୁ ହରାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.