Below header

ଜୁଲାଇ ଶେଷ କିମ୍ବା ଅଗଷ୍ଟରେ ଭାରତ ସାମ୍ନା କରିପାରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ!

ସାରା ବିଶ୍ବରେ ତାଣ୍ଡବ କରୁଥିବା କରୋନା ଭାଇରସର ପ୍ରଭାବ ଭାରତ ୪୦ ଦିନର ଲକଡାଉନ କରି ସୀମିତ କରିଥିଲେ ସୁଦ୍ଧା ଆଗାମୀ ମୌସୁମୀରେ ଭାରତୀୟଙ୍କୁ ଏହି ମହାମାରୀର ଦ୍ୱିତୀୟ ପର୍ଯ୍ୟାୟକୁ ସାମ୍ନା କରିବାକୁ ପଡିପାରେ। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଜୁଲାଇ ଶେଷ କିମ୍ବା ଅଗଷ୍ଟରେ ଅଚାନକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ବହୁତ ମାତ୍ରାରେ ବଢିବାର ଆଶଙ୍କା କରାଯାଉଛି।

ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ସଂକ୍ରମଣ ନିଜର ପ୍ରକୋପକୁ ଆଉ ଅଧିକ ବଢ଼ାଉଛି କି ନାହିଁ ତାହା ଉପରେ ନିର୍ଭର କରିବ ଯେତେବେଳେ ଭାରତ ପ୍ରତିବନ୍ଧକୁ କୋହଳ କଲା ପରେ ଲୋକମାନେ ସାମାଜିକ ଦୂରତା ସଂକ୍ରମଣକୁ ବ୍ୟାପିବା କ୍ଷମତାକୁ କେମିତି ନିୟନ୍ତ୍ରଣ କରୁଛି।

koronଶିବ ନାଦର ବିଶ୍ଵବିଦ୍ୟାଳୟର ଗଣିତ ବିଭାଗର ଆସୋସିଏଟ ପ୍ରଫେସର ସମିତ ଭଟାଚାର୍ଯ୍ୟଙ୍କ କହିବାନୁଯାୟୀ ଆମେ କରୋନା ଭାଇରସର ନୂଆ ମାମଲାରେ ଏକ ବୃଦ୍ଧି ଦେଖିପାରିବା ଏବଂ ଏହା ଏହି ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ହେବ। ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ବର୍ଷା ଋତୁରେ ଅର୍ଥାତ ଜୁଲାଇ ଶେଷ କିମ୍ବା ଅଗଷ୍ଟରେ ପୁନର୍ବାର ଫେରିପାରେ। କିନ୍ତୁ ସବୁକିଛି ଲୋକମାନଙ୍କର ସାମାଜିକ ଦୂରତା ଉପରେ ନିର୍ଭର କରେ।

ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ପ୍ରଫେସର ରାଜେଶ ସୁନ୍ଦରସନଙ୍କ ମୁତାବକ ଯଦି ଥରେ ସାଧାରଣ ଜୀବନ ଯାପନ ଚାଲୁ ହୋଇଯିବ ତେବେ ସଂକ୍ରମଣକୁ ପୁଣି ଥରେ ବଢିବାର ଆଶଙ୍କା ରହିଛି। ଚୀନ ମଧ୍ୟ ଯାତ୍ରା ଉପରେ କିଛି ପ୍ରତିବନ୍ଧକୁ ଢିଲା କରିବା ପରେ ଏହାର ପରିଣାମ ଦେଖିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.