Below header

ବର୍ମିଂହମରେ ଲାଗିଲା ଶବର ଲାଇନ ତ ସାହାଯ୍ୟ ପାଇଁ ମସଜିଦ ଦାନ କଲା ନିଜର ଜମି, ଦେଖନ୍ତୁ ଭିଡିଓ

ବ୍ରିଟେନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୪୩,୦୦୦ ରୁ ଅଧିକ କରୋନାଭାଇରସ୍ ରୋଗରେ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୧୯,୫୦୦ ଲୋକଙ୍କର ମୃତ୍ୟୁ ଘଟିଛି । ବ୍ରିଟେନର ସମସ୍ତ ପ୍ରମୁଖ ସହରର ଡାକ୍ତରଖାନାରେ କରୋନା ପୀଡିତଙ୍କୁ ଚିକିତ୍ସା କରାଯାଉଛି ଏବଂ ପ୍ରତିଦିନ ଶହ ଶହ ମୃତ୍ୟୁ ମଧ୍ୟ ହୋଇଚାଲିଛି । ଏହି କଠିନ ସମୟରେ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ବର୍ମିଂହମସ୍ଥିତ ଏକ ମସଜିଦ ଏହାର କାର ପାର୍କିଂ ଅଞ୍ଚଳରେ ଏକ ଅସ୍ଥାୟୀ ମର୍ଗ ନିର୍ମାଣ କରିଛି ।

କରୋନା ପୀଡିତଙ୍କ ଅନ୍ତିମ ସଂସ୍କାରରେ ସାଧାରଣ ଅପେକ୍ଷା ଏବେ ଅଧିକ ଯତ୍ନ ନିଆଯାଉଛି । ନ୍ୟୁୟର୍କ ଏବଂ ବ୍ରାଜିଲରେ କରୋନାରେ ନିହତ ହୋଇଥିବା ଲୋକଙ୍କୁ ବହୁ ସମାଧିରେ ପୋତି ଦିଆଯାଉଛି । ବ୍ରିଟେନର ବର୍ମିଂହାମରେ ଶହ ଶହ ମୃତ୍ୟୁ ହେତୁ ଶବ ବ୍ୟବଚ୍ଛେଦ ପାଇଁ ପ୍ରଶାସନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ମୃତ୍ୟୁ ପରେ ମୃତଦେହ ରଖିବା ପାଇଁ କୌଣସି ସ୍ଥାନ ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳର ମସଜିଦ ସାହାଯ୍ୟ ପାଇଁ ହାତ ବଢ଼ାଇଛି ।

video courtesy ‘AFP News agency’

ମସଜିଦ ଟ୍ରଷ୍ଟି ମହମ୍ମଦ ଜାହିଦ୍ AFP କୁ କହିଛନ୍ତି ଯେ ସହରରେ କରୋନା ସଂକ୍ରମଣରେ ହେଉଥିବା ମୃତ୍ୟୁରେ ମୃତଦେହକୁ ରଖିବା ପାଇଁ ଏକ ଅସ୍ଥାୟୀ ମର୍ଗ ଆବଶ୍ୟକ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସୋସିଆଲ ଡିଷ୍ଟାନସିଂ ପାଇଁ ଅନ୍ତିମ ସଂସ୍କାରରେ ଲୋକଙ୍କ ସଂଖ୍ୟା ସୀମିତ ରହିଛି । ଯଦି ଗୋଟିଏ ପରିବାରରେ ୬ ଜଣ ପୁଅ ଅଛନ୍ତି କିମ୍ବା କାହାର ୪ ଜଣ ଝିଅ ଅଛନ୍ତି ତାହେଲେ ସମସ୍ତେ ଅନ୍ତିମ ସଂସ୍କାରକୁ ଯାଇପାରିବେ ନାହିଁ । ପରିବାର ପାଇଁ ଏହା ଏକ କଷ୍ଟକର ସମୟ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆମେ ଏଠାରେ ଏକ ଅସ୍ଥାୟୀ ମର୍ଗ ତିଆରି କରିବାକୁ ସ୍ଥିର କଲୁ । ଜାହିଦ୍ କହିଛନ୍ତି ଯେ ଏହି ସପ୍ତାହରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ଗତ ସପ୍ତାହରେ ପ୍ରତିଦିନ ୬ କିମ୍ବା ଅଧିକ ଲୋକଙ୍କୁ ଏଠାକୁ ଅଣାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.