ବାଗଚୀଙ୍କ ପ୍ରେସ୍ ମିଟ୍ : ରାଜ୍ୟ ବାହାରେ ଥିବା ପ୍ରତିଟି ଓଡ଼ିଆ ହେଉଛନ୍ତି ଓଡ଼ିଶାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେ ନ୍ୟୁଜ୍) : ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଓଡ଼ିଶାରେ କୋଭିଡ୍ ସ୍ଥିତି ସମ୍ପର୍କରେ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଥିଲେ । ରମଜାନ୍ ମାସ ଆରମ୍ଭ ହେବା ଅବସରରେ ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସହର ବଜାରରେ ଦୋକାନ ଆଦି ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ବିଷୟରେ ବାଗଚୀ କହିଛନ୍ତି । ଏମିତିକି ରାଜ୍ୟ ବାହାରେ ରହୁଥିବା ପ୍ରତିଟି ଓଡ଼ିଆ ହେଉଛନ୍ତି ଓଡ଼ିଶାର ଏବଂ ସେମାନଙ୍କୁ ଫେରାଇ ଆଣିବା ମଧ୍ୟ ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି ସେ କହିଛନ୍ତି ।
ଗତକାଲି ରାତି ସୁଦ୍ଧା ଓଡ଼ିଶାରେ ୨୦,୫୯୯ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ୯୪ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରମ ବିଭାଗ ସଚିବ ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକମାନେ କିଭଳି ଭାବେ ନାମ ରେଜିଷ୍ଟ୍ରେସନ୍ କରି ପାରିବେ ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଥିଲେ ।

ଦେଖନ୍ତୁ ପୂରା ସାମ୍ବାଦିକ ସମ୍ମିଳନୀର ଭିଡିଓ….

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.