କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ବଢ଼ୁଛି ସସପେନ୍ସ, ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ପଠାଇଲା ଚୀନ

ଉତ୍ତର କୋରିଆର ସୁପ୍ରିମୋ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ଆମେରିକାର ଗୁଇନ୍ଦା ରିପୋର୍ଟ ମୁତାବକ କିଛି ଦିନ ତଳେ କିମ୍ ଜୋଙ୍ଗ ଉନଙ୍କ ହାର୍ଟ ସର୍ଜରୀ ହୋଇଥିଲା। କିନ୍ତୁ ଏହା ସଫଳ ହୋଇନଥିଲା। ତାଙ୍କ ରୋଗକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରସାରିତ ହେଉଛି। ଇତି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଖବର ମୁତାବକ କିମ୍ ଜୋଙ୍ଗ ଉନଙ୍କ ଚିକିତ୍ସା ପାଇଁ ଚୀନ ଏକ ଡାକ୍ତରୀ ଟିମ୍ ଉତ୍ତର କୋରିଆ ପଠାଇଛି।

Kim Jong Un: US monitoring intelligence that North Korean leader ...

ରିପୋର୍ଟ ମୁତାବକ ଚୀନର କମ୍ୟୁନିଷ୍ଟ ପାର୍ଟିର ଇଣ୍ଟରନ୍ୟାସନାଲ ଲାୟଜନ ଡିପାର୍ଟମେଣ୍ଟର ଜଣେ ବରିଷ୍ଠ ସଦସ୍ୟଙ୍କ ସହ ଏକ ଡାକ୍ତରୀ ଟିମ୍ ଉତ୍ତର କୋରିଆ ଯାଇଛନ୍ତି। ଅନ୍ୟପଟେ ଚୀନର ବିଦେଶ ମନ୍ତ୍ରୀ ଏବେ ଯାଏଁ ଏନେଇ କୌଣସି ସୂଚନା ଦେଇନାହାନ୍ତି। ତେଣୁ କଥାଟି ସତ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Meet Kim Pyong-Il: Would Kim Jong-Un's Uncle and Sister Rule North ...

ସୂଚନାଯୋଗ୍ୟ ଯେ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କୁହାଯାଉଛି। ଦେଶର ନ୍ୟାସନାଲ ହଲିଡେ ପ୍ରୋଗ୍ରାମରେ ଅନୁପସ୍ଥିତ ଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। କିଛି ଗଣମାଧ୍ୟମରେ କିମଙ୍କ ମୃତ୍ୟୁ ଘଟିଥିବା ମଧ୍ୟ କୁହାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଘଟଣାକୁ ଲୁଚାଇରଖିଛି ଉତ୍ତର କୋରିଆ।

Kim Yo Jong, Kim Jong Un's Kid Sister, is 'Feared,' 'Respected ...

ତେବେ କିମ୍ ଜୋଙ୍ଗ ଉନଙ୍କ ପରେ ଏବେ ଦେଶର ଶାସନ ଭାର ତାଙ୍କ ଭଉଣୀ ମୁଣ୍ଡାଇବେ ବୋଲି କୁହାଯାଉଛି। କିମ୍ ଜୋଙ୍ଗ ଉନଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ ମଧ୍ୟ ଭାଇଙ୍କ ଭଳି ଜଣେ ଦକ୍ଷ ଶାସକ ବୋଲି କୁହାଯାଉଛି। ୩୧ ବର୍ଷୀୟା କିମ୍ ୟୋ ଜୋଙ୍ଗଙ୍କୁ ଦେଶବାସୀ ଗ୍ରହଣ କରିପାରୁଛନ୍ତି କି ନାହିଁ ତାହା ବି ସନ୍ଦେହରେ ରହିଛି। ଭାଇଙ୍କ ଭଳି ସେ ମଧ୍ୟ ନୃଶଂସ ବୋଲି କୁହାଯାଉଛି। କିନ୍ତୁ ଭାଇଙ୍କ ପରେ ସେ ଅତ୍ୟାଚାର କରିବେ କି ନରମ ବ୍ୟବହାର କରିବେ ସେନେଇ ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.