Below header

ଗ୍ଵାଲିୟରରେ ପହଞ୍ଚିଲେ ୧୨ ଆଫ୍ରକୀୟ ଚିତା, ହେଲିକପ୍ଟର ଯୋଗେ ଯିବେ କୁନୋ ପାର୍କ

ଗ୍ଵାଲିୟରରେ ପହଞ୍ଚିଲେ ୧୨ ଆଫ୍ରକୀୟ ଚିତା । ଦକ୍ଷିଣ ଆଫ୍ରିକାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର ଯୋଗେ ଭାରତ ଆସିଛନ୍ତି।

ନୂଆଦିଲ୍ଲୀ : ଆସିଲେ ୧୨ ଚିତା। ଗ୍ଵାଲିୟରରେ ପହଞ୍ଚିଲେ ୧୨ ଆଫ୍ରକୀୟ ଚିତା । ଦକ୍ଷିଣ ଆଫ୍ରିକାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର ଯୋଗେ ଭାରତ ଆସିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୭ଟି ଅଣ୍ଡିରା ଓ ୫ଟି ମାଇ ବାଘ। ମଧ୍ୟପ୍ରଦେଶ ଜୁନୋ ପାର୍କରେ ଏମାନଙ୍କୁ ଛଡାଯିବ। ୧ ମାସ ଧରି ଏମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ।

ଜୁନୋ ପାର୍କରେ ବାଘଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଏମଓୟୁ ମୁତାବକ, ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତିବର୍ଷ ୧୦ରୁ ୧୨ଟି ଚିତା ଅଣାଯିବେ । ଆସନ୍ତା ୧୦ ବର୍ଷ ଯାଏଁ ଚୁକ୍ତି ହୋଇଛି । ରକ୍ଷାମନ୍ତ୍ରାଳୟ ଓ ଏୟାରଫୋର୍ସ ଏହି ସେବା ପ୍ରଦାନ କରିବା ପାଇଁ ପରିବେଶ ମନ୍ତ୍ରାଳୟ ଠାରୁ କୌଣସି ଶୁଳ୍କ ନେଇ ନାହାନ୍ତି । ଏହା ପୂର୍ବରୁ ସେପ୍‌ଟେମ୍ବର ୧୭ ତାରିଖରେ ନାମିବ୍ୟାରୁ ୮ଟି ଚିତାକୁ ଭାରତ ଅଣାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.