୨୦୨୦ରେ ନିକିକୁ ବିବାହ କରିଥିଲା ସାହିଲ, ଏବେ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଗିରଫ ହେଲେ ସାହିଲର ବାପା, ଭାଇ ଏବଂ ସାଙ୍ଗ

ଦିଲ୍ଲୀ ନିକି ଯାଦବ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ ପ୍ରମାଣ । ୨୦୨୦ରେ ନିକିକୁ ବିବାହ କରିଥିଲେ ସାହିଲ । ଆଉ ପରିବାର ଲୋକେ ମିଶି ନିକିକୁ ହତ୍ୟା କରିଥିବା ସାହିଲ ସ୍ୱୀକାର କରିଛି । ଏହି ମାମଲାରେ ସାହିଲଙ୍କ ବାପା, ଭାଇ ଏବଂ ସାଙ୍ଗକୁ ଗିରଫ କରାଯାଇଛି।

ଦିଲ୍ଳୀ ନିକି ଯାଦବ ମର୍ଡର କେସ୍ରେ ନୂଆ ମୋଡ଼ ସାମ୍ନାକୁ ଆସିଛି । ଆଉ ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ନିକିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି। ସାହିଲର ବାପା, ଭାଇ ଏବଂ ସାଙ୍ଗକୁ ଗିରଫ କରାଯାଇଛି । ତେବେ ୨୦୨୦ ଅକ୍ଟୋବରରେ ବିବାହ କରିଥିଲେ ଅଭିଯୁକ୍ତ ସାହିଲ ଓ ନିକି । ନୋଏଡାର ଆର୍ଯ୍ୟ ସମାଜରେ ବିବାହ କରିଥିଲେ ଦୁହେଁ । ସାହିଲର ପରିବାର ଏହି ବିବାହରେ ଖୁସି ନଥିଲେ । ନିକିକୁ ରାସ୍ତାରୁ ହଟାଇ ସାହିଲ ଅନ୍ୟ ଜାଗାରେ ବିବାହ କରିବାକୁ ଚାହିଁଥିଲେ ।

୨୦୨୨ ଡିସେମ୍ବର ମାସରେ ସାହିଲ ଘର ଲୋକ ଅନ୍ୟ ସ୍ଥାନରେ ବିବାହ ଠିକ୍ କରିଥିଲେ । ସାହିଲ ପୂର୍ବରୁ ବିବାହ କରିଥିବା ଝିଅ ଘର ଲୋକଙ୍କୁ ଲୁଚାଇଥିଲେ । ସାହିଲକୁ ରିମାଣ୍ଡ ନେଇ ତଦନ୍ତ କରିବା ପରେ ପୋଲିସ ହାତରେ ଲାଗିଛି ସାହିଲ ଓ ନିକିଙ୍କ ବିବାହ ସାର୍ଟିଫିକେଟ । ମାମଲାରେ ଏବେ ଯାଏ ପୋଲିସ ସାହିଲ ସମେତ ୬ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସାହିଲର ବାପା ବୀରେନ୍ଦ୍ର ସିଂ , ୨ ସମ୍ପର୍କୀୟ ଭାଇ ଆଶିଷ ଓ ନବୀନ ସମେତ ୨ ଜଣ ସାଙ୍ଗଙ୍କୁ ଗିରଫ କରିଛି ପୋଲିସ । ନବୀନ ଦିଲ୍ଲୀ ପୋଲିସରେ କନେଷ୍ଟବଳ ଅଛନ୍ତି ।

ହତ୍ୟାକାଣ୍ଡ ଷଡଯନ୍ତ୍ରରେ ସାହିଲ ପରିବାରର ହାତ ଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି । ପୋଲିସ ଆଗରେ ସାହିଲ ନିକିଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ଫେବୃଆରୀ ୧୦ ତାରିଖ ଦିନ ୯ଟାରେ ନିକିଙ୍କୁ ମୋବାଇଲ ଡାଟା କେବୁଲରେ ତଣ୍ଟି ଚିପି ହତ୍ୟା କରିଥିଲା ସାହିଲ । ଏହାର ୧୨ ଘଣ୍ଟା ପରେ ସାହିଲ ଅନ୍ୟ ଜଣେ ଝିଅକୁ ବିବାହ କରିଥିଲା । ସାହିଲର ସମ୍ପର୍କୀୟ ଭାଇ ଓ ୨ ସାଙ୍ଗ ନିକିଙ୍କ ମୃତଦେହକୁ ଫ୍ରିଜରେ ରଖିବାକୁ ସାହାଯ୍ୟ କରିଥିଲେ।

ସୂଚନାଯୋଗ୍ୟ, ୨୦୧୮ରେ ସାହିଲ ଦିଲ୍ଲୀର ଉତ୍ତମ ନଗରରେ SSC ପରୀକ୍ଷା ଦେବାକୁ ଯାଇଥିବା ବେଳେ ନିକିଙ୍କ ସହିତ ଦେଖାହୋଇଥିଲା । ଦୁହେଁ ଗୋଟେ ବସ୍‌ରେ ସବୁଦିନ କୋଚିଂ ନେବାକୁ ଯାଉଥିଲେ। ସେଠାରୁ ଦୁହିଁଙ୍କର ବନ୍ଧୁତା ଏବଂ ପରେ ସଂପର୍କ ପ୍ରେମରେ ପରିଣତ ହୋଇଥିଲା । ତା’ ଦୁହେଁ ଗୋଟେ କଲେଜରେ ମଧ୍ୟ ପଢିଲେ ।  ଲିଭ ଇନ୍‌ରେ ରହିସାହିଲ ତାଙ୍କ ଘରେ ଏ ସଂପର୍କ ବିଷୟରେ କିଛି କହିନଥିଲେ । ତେଣୁ ଘର ଲୋକ ସାହିଲଙ୍କ ଉପରେ ବିବାହ ପାଇଁ ଚାପ ପକାଉଥିଲେ । ତେଣୁ ସାହିଲଙ୍କ ନିର୍ବନ୍ଧ ୯ ଫେବୃଆରୀରେ ହୋଇଥିବା ବେଳେ ବିବାହ ୧୦ ତାରିଖରେ ହେବାର ଥିଲା ।

ବିବାହ ପୂର୍ବରୁ ଦୁହେଁ ଫେରାର ହୋଇଯିବେ କିମ୍ବା ଆତ୍ମହତ୍ୟା କରିବେ ବୋଲି ସ୍ଥିର କରିଥିଲେ । ନିର୍ବନ୍ଧ ସରିବା ପରେ ସାହିଲ ନିକିକୁ ଡାକି କାରରେ ନେଇଥିଲେ। ଦୁହିଁଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା। ଆଉ ଏହା ପରେ ସାହିଲ ନିକିକୁ ମୋବାଇଲ କେବୁଲରେ ତଣ୍ଟି ଚିପି ମାରିବା ପରେ ମୃତଦେହକୁ ଢାବା ଫ୍ରିଜରେ ରଖିଥିଲେ । ନିକିଙ୍କ ଘର ଲୋକ ଝିଅ ନିଖୋଜ ଖବର ଥାନାରେ ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.