ପୃଥ୍ଵୀ ଶ’ଙ୍କୁ ଆକ୍ରମଣ କରିବା ଘଟଣାରେ ୟୁଟ୍ୟୁବର ସ୍ୱପ୍ନା ଗିଲ୍ ଗିରଫ, ୨୦ ଫେବୃଆରୀ ପର୍ଯ୍ୟନ୍ତ ଜେଲରେ ରହିବେ
କ୍ରିକେଟର ପୃଥ୍ଵୀ ଶ’ଙ୍କୁ ଆକ୍ରମଣ କରିବା ଘଟଣାରେ ୟୁଟ୍ୟୁବର ସ୍ୱପ୍ନା ଗିଲ ଗିରଫ । ସେଲଫି ନେବାକୁ ପୃଥ୍ଵୀ ମନା କରିବାରୁ କାରକୁ ପିଛା କରି ଆକ୍ରମଣ କରିଥିଲେ ସ୍ୱପ୍ନା ଏବଂ ତାଙ୍କ ବନ୍ଧୁ । ସ୍ୱପ୍ନାଙ୍କ ଜାମିନ ନାମଞ୍ଜୁର କଲେ କୋର୍ଟ । ୨୦ ଫେବୃଆରୀ ପର୍ଯ୍ୟନ୍ତ ଜେଲରେ ରହିବେ ।
ଟିମ୍ ଇଣ୍ଡିଆର କ୍ରିକେଟର ପୃଥ୍ୱୀ ଶ’ଙ୍କ ସହ ସେଲଫି ପାଇଁ ଗଣ୍ଡଗୋଳ କରିବା ମାମଲାରେ ଲୋକପ୍ରିୟ ୟୁଟ୍ୟୁବର ଇନ୍ସଫ୍ଲୁଏନ୍ସର ସ୍ୱପ୍ନା ଗିଲଙ୍କୁ ମହଙ୍ଗା ପଡ଼ିଛି। ସ୍ୱପ୍ନାଙ୍କୁ ଶୁକ୍ରବାର ଗିରଫ କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଫଳରେ ତାଙ୍କୁ ଫେବୃଆରୀ ୨୦ ତାରିଖ ଯାଏଁ ପୋଲିସ ହେପାଜତକୁ ପଠାଯାଇଛି । ସ୍ୱପ୍ନା ଓ ତାଙ୍କ ସାଙ୍ଗମାନେ ସେଲଫି ନେବା ଜିଦରେ ପୃଥ୍ଵୀ ଶ’ଙ୍କ ସହ ଗଣ୍ଡଗୋଳ କରିଥିଲେ। ପୋଲିସ ସ୍ୱପ୍ନାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ତାଙ୍କ ଜାମିନ ଆବେଦନ ଖାରଜ କରି କୋର୍ଟ ସ୍ୱପ୍ନାଙ୍କୁ ୨୦ ତାରିଖ ଯାଏ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି।
ସୂଚନାଯୋଗ୍ୟ, ଫେବୃଆରୀ ୧୫ ତାରିଖ ରାତିରେ ଏକ ପଞ୍ଚତାରକା ହୋଟେଲରେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁ ଡିନର କରି ଫେରିବା ସମୟରେ ଏହି ଘଟଣା ଘଟିଥିଲା। ସେ ଏଠାରୁ ବାହାରିବା ସମୟରେ ସ୍ୱପ୍ନା ଏବଂ ତାଙ୍କ ସାଙ୍ଗମାନେ ସେଲଫି ନେବାକୁ ଆସିଥିଲେ । କିଛି ଫଟୋ ଉଠାଇବା ପରେ ସେମାନେ ଯିବାକୁ ବାହାରିବା ସମୟରେ ସ୍ୱପ୍ନା ଏବଂ ତାଙ୍କ ବନ୍ଧୁ ଆଉ ଫଟୋ ଉଠାଇବାକୁ ଜିଦି କରିଥିଲେ । କିନ୍ତୁ ପୃଥ୍ଵୀ ଏବଂ ତାଙ୍କ ବନ୍ଧୁ ମନା କରିଦେଇଥିଲେ । ଆଉ ସେମାନେ କିଛି ଦୂର କାରରେ ଯିବା ପରେ ସ୍ୱପ୍ନା ଏବଂ ତାଙ୍କ ସାଙ୍ଗମାନେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ ।
Hustle video of #Cricketer #Prithvishaw & #influencer #Sapnagill outside Barrel mansion club in vile parle east #Mumbai, it is said that related to click photo with cricketer later whole fight started. @PrithviShaw @MumbaiPolice @DevenBhartiIPS @CPMumbaiPolice @BCCI pic.twitter.com/6LIpiWGkKg
— Mohsin shaikh 🇮🇳 (@mohsinofficail) February 16, 2023
ଏହାପରେ ସ୍ୱପ୍ନା ଓ ତାଙ୍କ ସାଙ୍ଗମାନେ ହୋଟେଲ୍ ବାହାରେ ଜଗି ରହିଥିଲେ। ଶ’ ଓ ତାଙ୍କ ବନ୍ଧୁ ରାତ୍ର ଭୋଜନ କରି ହୋଟେଲ୍ରୁ କାର୍ରେ ବାହାରିବା ପରେ ସ୍ୱପ୍ନା ଗିଲ୍ ଓ ତାଙ୍କ ସାଙ୍ଗମାନେ ସେମାନଙ୍କୁ ପିଛା କରିଥିଲେ। ଶ’ ଓ ତାଙ୍କ ବନ୍ଧୁଙ୍କୁ ବାଟରେ ଅଟକାଇ ସେମାନେ ଆକ୍ରମଣ କରିଥିଲେ। ସେମାନଙ୍କ ହାତରେ ବେସ୍ବଲ୍ ଷ୍ଟିକ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ରହିଥିଲା। ସ୍ୱପ୍ନା ଗିଲ୍ ବେସ୍ବଲ୍ ଷ୍ଟିକ୍ ସାହାଯ୍ୟରେ ପୃଥ୍ୱୀ ଶ’ଙ୍କ ବନ୍ଧୁଙ୍କ କା ରକୁ ପିଟିଥିଲେ କରିଥିଲେ। ଓସିୱାରା ଥାନା ପୋଲିସ ସ୍ୱପ୍ନା ଗିଲ୍ଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗୁରୁବାର ସନ୍ଧ୍ୟାରେ ଗିରଫ କରିଥିଲା।
ତେବେ ପୋଲିସ ଏହି ଆକ୍ରମଣକୁ ନେଇ ମାମଲା ରୁଜୁ କରିଛି । ଆରୋପୀଙ୍କ ବିରୋ ଧରେ ଆଇପିସି ଧାରା ୧୪୩, ୧୪୮, ୧୪୯, ୩୮୪, ୪୨୭, ୫୦୪ ଏବଂ ୫୦୬ ଅଧିନରେ କେସ୍ ଦାଏର ହୋଇଛି ।