ଝାଡଖଣ୍ଡ : ବ୍ରଜପାତରେ ୧୩ଜଣଙ୍କର ମୃତ୍ୟୁ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ରାଞ୍ଚି : ଝାଡଖଣ୍ଡରେ ବ୍ରଜପାତ ଲୋକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ରବିବାର ଭିଷଣ ବର୍ଷା କାରଣରୁ ରାଜ୍ଯର ଭିନ୍ନଭିନ୍ନ ଜିଲ୍ଲାରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ରାଞ୍ଚିରେ ସବୁଠାରୁ ଅଧିକ ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ପଲାମୁରେ ୩ଜଣ, ଚତରାରେ ୨ଜଣ, ପ.ସିଂହଭୁମ ଏବଂ ଗିରିଡିହରେ ଜଣେ ଜଣେଙ୍କର ମୃତ୍ୟୁ ଘଟିଛି। ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ଯରେ ଆସନ୍ତା ୪ ଦିନ ପର୍ଯ୍ଯନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.