Below header

ଅଯୋଧ୍ୟାରେ ଶ୍ରୀରାମଙ୍କ ୧୫୧ ମିଟର ଉଚ୍ଚର ମୂର୍ତ୍ତିର ମଡେଲ କରାଗଲା ଜାରି

ଅଯୋଧ୍ୟା : ମହାପ୍ରଭୁ ଶ୍ରୀରାମଙ୍କ ବିଶାଳ ମୂର୍ତ୍ତିର ମଡେଲ ଜାରି କରାଯାଇଛି। ଶ୍ରୀରାମଙ୍କ ଏହି ମୂର୍ତ୍ତି ୧୫୧ ମିଟର ଉଚ୍ଚର ହେବ। ଏହାକୁ ଅଯୋଧ୍ୟାରେ ନିର୍ମାଣ କରାଯିବ। ଏଥିରୁ ୫୦ମିଟର ଏହାର ପେଡେଷ୍ଟାଲ ରହିବ। ସେହିଭଳି ମୂର୍ତ୍ତିର ଛତ୍ର ୨୦ମିଟର ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ନିଜ ସରକାରୀ ବାସଭବନରେ ମୂର୍ତ୍ତି ନିର୍ମାଣ ନେଇ ଆଲୋଚନା କରିଛନ୍ତି। ବର୍ତ୍ତମାନ ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତ୍ତି ଗୁଜୁରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ମୂର୍ତ୍ତି ନିର୍ମାଣ ହୋଇଛି।

yogiଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ଅଧିକ ଉଚ୍ଚା ହେବ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି। ଦୀପାବଳିରେ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଘୋଷଣା କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସରଯୁ ନଦୀ ନିକଟରେ ପ୍ରଭୁ ଶ୍ରୀରାମଙ୍କର ବିଶାଳ ମୂର୍ତ୍ତି ନିର୍ମାଣ ହେବ । ତେବେ ଏଥିପାଇଁ ସ୍ଥାନ ଚିହ୍ନଟ ହୋଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.