ଜମ୍ମୁ କାଶ୍ମୀରରେ ଅପରେସନ୍ ଅଲଆଉଟ୍, ୬ ଆତଙ୍କବାଦୀ ନିହତ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ କାଶ୍ମୀରରେ ଅପରେସନ୍  ଅଲଆଉଟ୍। ସୋପିଆନ୍ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୬ ଆତଙ୍କବାଦୀ। କରପନା ବଟଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢାଉ କରାଯାଇଥିଲା। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟରେ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍  ଜାରି ରହିଛି। ନିହତଙ୍କ ମଧ୍ୟରେ ଲକ୍ସର-ଏ-ତୋଏବାର ଜିଲ୍ଲା କମାଣ୍ଡର ମୁସ୍ତାକ ମୀର ଅଛନ୍ତି। ଗତ ୭୨ଘଣ୍ଟା ମଧ୍ୟରେ ୧୨ଜଣ ଆତଙ୍କବାଦୀ ସଫା ହୋଇଯାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଦକ୍ଷିଣ-କାଶ୍ମୀରରେ ଇଣ୍ଟରନେଟ୍  ସେବା ବନ୍ଦ କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.