Below header

କ୍ଯାନ୍ସରରୁ ଆରମ୍ଭ କରି ମୋଟାପଣ ସବୁକୁ ଶେଷ କରିବ କାଙ୍କଡ଼

କାଙ୍କଡ଼ ଏପରି ଏକ ପରିବା ଯାହାକୁ ଔଷଧ ଭାବେ ମଧ୍ୟ ବ୍ଯବହାର କରାଯାଇଥାଏ। କିଛି ସ୍ଥାନରେ ଏହାକୁ କଣ୍ଟୋଲ, କେକରୋଲ,ଭାଟ କରେଲା, ମିଠା କରେଲା ଆଦି ନାମରେ ଜଣାଯାଇଥାଏ। ଏହି ପରିବାରେ ରହିଥିବା ପୋଷକ ତତ୍ତ୍ବ, ଆଣ୍ଟି ଆଲର୍ଜି ଏବଂ ଏନଲୋଜିସିକ ଗୁଣ ଶରୀରକୁ ଥଣ୍ଡା କାଶରୁ ରକ୍ଷା କରିବା ସହ ମୋଟାପଣକୁ ମଧ୍ୟ ଦୂର କରିଥାଏ। ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କିନ୍ତୁ ଏହାର ସେବନ କ୍ଯାନ୍ସର ଏବଂ ମଧୁମେହକୁ ମଧ୍ୟ ଦୂର କରିବାରେ ସହାୟକ ହୁଏ। ଆସନ୍ତୁ ଜାଣିବା କାଙ୍କଡ଼ ଖାଇବାର ଅନେକ ଫାଇଦା ବିଷୟରେ।

kankada 2

-କାଙ୍କଡ଼  ଖାଇବା ଦ୍ବାରା ବ୍ଲଡ଼ ସୁଗାରର ମାତ୍ରା ନିୟନ୍ତ୍ରିତ ରହିଥାଏ। ଏପରିକି  ଯେଉଁ ବ୍ଯକ୍ତିଙ୍କର ଅତ୍ଯଧିକ ମଧୁମେହର ସମସ୍ଯା ରହିଛି ସେମାନଙ୍କୁ ଦୈନିକ କାଙ୍କଡ଼ର ଜୁସ ପିଇବା ଉଚିତ୍।

-କାଙ୍କଡ଼ରେ ମେମୋରଡ଼ିସିନ୍ ନାମକ ଏକ ତତ୍ତ୍ବ ମିଳିଥାଏ ଯାହା ଶରୀରରେ ଆଣ୍ଟିଅକ୍ସିଡ଼େଣ୍ଟ ଭଳି କାମ କରିଥାଏ। ଏହା ଉଚ୍ଚରକ୍ତଚାପ ବ୍ଯକ୍ତିଙ୍କ ପାଇଁ ବହୁ ଲାଭକାରର ସାବ୍ଯସ୍ତ ହୋଇଥାଏ। ତେବେ ଖାଲି କାଙ୍କଡ଼ ନୁହଁ ଏହି ତତ୍ତ୍ବ କଲରାରେ ମଧ୍ୟ ମିଳିଥାଏ। କିନ୍ତୁ ଯେହେତୁ କଲରା ପିତା ଲାଗିଥାଏ ଏଣୁ ତାହା ତୁଳନାରେ କାଙ୍କଡ଼ ଖାଇବା ବହୁତ ସ୍ବାଦିଷ୍ଟ ଏବଂ ଲାଭକାରୀ ହୋଇଥାଏ।

kantola-daibetes-inside2

-ଏଥିରେ ରହିଥିବା ମିନେରାଲ୍ସ,  ଭିଟାମିନ୍ ଏବଂପ୍ରୋଟିନ୍ ଶରୀରରେ ଉର୍ଜ୍ବା ଜାଗ୍ରତ କରିବା ସହ ଦିନଯାକ ଏନରଜେଟିକ୍ ରଖିଥାଏ। ଏଥିସହ କାଙ୍କଡ଼ରେ ଥିବା କେରେଟିନାଇଡ଼ର ମାତ୍ରା ଆଖି ସମ୍ବନ୍ଧୀୟ  ସମସ୍ତ ସମସ୍ଯାର ସମାଧାନ କରିଥାଏ।

-ଡାଇଡ଼୍ରି ଫାଇଭର ମାତ୍ରାରେ ଭରପୁର ଏହି ପରିବା ପାଚନକ୍ରିୟାକୁ ସକ୍ରିୟ କରିବା ସହ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ଯାର ସମାଧାନ କରିଥାଏ। ଏଥିସହ ଏହା ଶରୀରକୁ ଡ଼ିଟକ୍ସ କରିବା ସହ ମୋଟପଣ କମାଇବାରେ ବହୁତ ସହାୟକ ହୋଇଥାଏ। ଏଣୁ ଡ଼ାଏଟ କରୁଥିବା ବ୍ଯକ୍ତି ନିଜ ଖାଇବାରେ ଏହାକୁ ନିଶ୍ଚିତ ଭାବେ ସାମିଲ କରିବା ଉଚିତ୍।

kantola-eating-health-inside1

-ଏକ ରିସର୍ଚ୍ଚରେ ଜଣାପଡ଼ିଛି କାଙ୍କଡ଼ ଖାଇବା ଦ୍ବାରା କ୍ଯାନ୍ସର ରୋଗ ଦୂର ହୋଇଥାଏ। ଏଥିରେ ରହିଥିବା ଲ୍ଯୁଟେନ୍ ଏବଂ କେରେଟେନାଇଡ୍ସ କ୍ଯାନ୍ସର ହେବାର ମାତ୍ରାକୁ କମ କରିଥାଏ। ଏଣୁ ନିଜ ଖାଦ୍ଯାରେ କାଙ୍କଡ଼କୁ ସାମିଲ କରିବାକୁ ଆଦୌ ଭୁଲନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.