କଟକ : ଛେଳି ଚୋରକୁ ଧରି ବହେ ଛେଚା ଖୁଆଇଲେ ଗ୍ରାମବାସୀ

କଟକ (କେନ୍ୟୁଜ୍) : ଚୋରକୁ ଉତ୍ତମ ମଧ୍ୟମ। ଚୋରୀ ବେଳେ ଧରାପଡିଲେ ଆଉ ବହେ ଛେଚା ଖାଇଲେ। କଟକ ଜିଲ୍ଳା ମୂଳବସନ୍ତ-କଲ୍ୟାଣପୁର ରାସ୍ତାର ମେଡିକାଲ ନିକଟରେ ଦୁଇ ଜଣ ଛେଳି ଚୋର ବାଇକରେ ଆସି ବିଲରେ ଚରୁଥିବା ଦୁଇଟି ଛେଳିଙ୍କୁ ଚୋରି କରିନେଉଥିଲେ । ଏହି ସମୟରେ ଲୋକଙ୍କ ହାବୁଡରେ ପଡିଯିବାରୁ ଜଣେ ଖସିପଳାଇଥିଲା । ଅନ୍ୟ ଚୋରଟିକୁ କାବୁ କରି ଗଛରେ ବାନ୍ଧି ମାଡ଼ ମାରିଥିଲେ ଲୋକେ । ପୋଲିସ ଆସି ଘଟଣାସ୍ଥଳରେ ପହଂଚି ବାଇକ ଜବତ କରିବା ସହ ଛେଳି ଚୋରକୁ ଉଦ୍ଧାର କରି ଥାନାକୁ ନେଇଥିଲା । ଏନେଇ ଛେଳି ମାଲିକ ମାହାଙ୍ଗା ଥାନାରେ ଏତଲା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.