Below header

ଏଚଡିଏଫସି ବ୍ୟାଙ୍କର ବାର୍ଷିକ କ୍ରୀଡା ଜୋସ ଅନଲିମିଟେଡ ଉଦଘାଟିତ

ଭୁବନେଶ୍ବର (କେନ୍ୟୁଜ୍) : ଏଚଡିଏଫସି ବ୍ୟାଙ୍କର ବାର୍ଷିକ କ୍ରୀଡା ଜୋସ ଅନଲିମିଟେଡ ଉଦଘାଟିତ । ଏହାକୁ କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଉଦଘାଟନ କରିଛନ୍ତି । ଉତ୍ସବରେ କିଟ ରେଜିଷ୍ଟ୍ରାର ସସ୍ମିତା ସାମନ୍ତ ଅତିଥି ଭାବରେ ଯୋଗ ଦେଇଥିଲେ । ଏଚଡିଏଫସି ବ୍ୟାଙ୍କ ଏକ ନମ୍ବର ଘରୋଇ ବ୍ୟାଙ୍କ ଭାବରେ ନିଜର ସ୍ଥାନ ବଜାୟ ରଖିଛି । ସେହିପରି ସିଏସଆର କାର‌୍ୟ୍ୟକ୍ରମ ହାତକୁ ନେବାରେ ବ୍ୟାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଏଚଡିଏଫସି ବ୍ୟାଙ୍କ ଅଗ୍ରଣୀ ଭୂମିକାରେ କିଟ୍ ଛାତ୍ରଛାତ୍ରୀଙ୍କର ମଧ୍ୟ ଅବଦାନ ରହିଛି । ସେମାନେ ପାଠ୍ୟକ୍ରମ ଶେଷ ପରେ ଏଚଡିଏଫସି ବ୍ୟାଙ୍କରେ ନିଯୁକ୍ତି ପାଇବା ସହିତ ଉନ୍ନତ ମାନର କାର‌୍ୟ୍ୟ କରୁଛନ୍ତି ବୋଲି ଏଚଡିଏଫସି ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି । ଏହି ବାର୍ଷିକ କ୍ରୀଡାରେ ରାଜ୍ୟର ସମସ୍ତ ଶାଖାର କର୍ମଚାରୀ ମାନେ ଭାଗ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.