ହ୍ବାଟ୍ସଆପରେ ଆପଣ କାହା ସହ ଅଧିକ ହେଉଛନ୍ତି କଥା, ଜାଣିବା ପାଇଁ କରନ୍ତୁ ଏହି କାମ

 ନୂଆଦିଲ୍ଲୀ : ଦୁନିଆରେ ଲୋକପ୍ରିୟ ମେସେଜିଂ ଆପ ହ୍ବାଟ୍ସଆପ କାହାକୁ ବା ଅଜଣା। ଲୋକଙ୍କ ମଧ୍ୟରେ ଭାବଆଦାନ ପ୍ରଦାନର ଏକ ବଡ଼ ପ୍ଲାଟଫର୍ମ ପାଲଟିଛି ହ୍ବାଟ୍ସ ଆପ୍। ଏହାକୁ ପ୍ରତିଦିନ କୋଟିକୋଟି ଲୋକ ବ୍ଯବାହାର କରୁଥିବା ଦେଖିବାକୁ ମିଳିଛି।ସାଧାରଣ ମେସେଜରୁ ଆରମ୍ଭ କରି ଭିଡ଼ିଓ, ଫଟୋ ଶେୟାରିଂ ସହ ଭିଡ଼ିଓ କଲ ପର୍ଯ୍ଯନ୍ତ ସମସ୍ତ ପ୍ରକାରର ସୁବିଧା ଯୋଗାଉଛି ହ୍ବାଟ୍ସ ଆପ୍। ଏହାକୁ ବ୍ଯକ୍ତିଗତ ସହ ଅଫିସିଆଲ ସବୁପ୍ରକାରରେ ବ୍ଯବହାର କରାଯାଉଛି।

whatsapp-stock-1

ତେବେ ହ୍ବାଟ୍ସଆପରେ ବ୍ଳୁ ଟିକ୍ ଫିଚର ଆସିବା ପରେ ଆପଣ ପଠାଇଥିବା ମେସେଜ୍ ବା ଫଟୋ ସାମ୍ନା ଲୋକ ପଢ଼ିଛନ୍ତି କି ନାହିଁ ତାହା ବିଷୟରେ ସହଜରେ ଜଣାପଡ଼ୁଛି। ଆମେ ସମସ୍ତେ ଦୈନିକ ହ୍ବାଟ୍ସଆପରେ ବହୁତ ଲୋକଙ୍କ ସହ କଥା ହୋଇଥାଏ କିନ୍ତୁ ସବୁଠାରୁ ଅଧିକ କାହା ସହ ଚାଟିଂ କରିଛନ୍ତି ବା ଫଟୋ ଶେୟାର କରିଛନ୍ତି ତାହା କେବେ ଜାଣିବାକୁ ଚେଷ୍ଠା କରିଛନ୍ତି। ଆଜି ଆମେ ଆପଣଙ୍କୁ ତାହା ଜାଣିବାର ଉପାୟ କହିବାକୁ ଯାଉଛୁ।

Whatsapp

କିପରି ଜାଣିବେ ସବୁଠାରୁ ଅଧିକ ଚାଟିଂ କରୁଥିବା ବ୍ଯକ୍ତି

-ପ୍ରଥମେ ହ୍ବାଟ୍ସଆପ ଖୋଲନ୍ତୁ ଏବଂ ଉପରେ ବାମ ପାଖରେ ଥିବା ତିନିଟି ବିନ୍ଦୁ ସ୍ଥାନରେ କ୍ଳିକ କରନ୍ତୁ।

-ଏହାପରେ ସେଟିଂରେ ଯାଇ ଡ଼ାଟା ଏବଂ ଷ୍ଟୋରେଜ୍ ବିକଳ୍ପକୁ ଚୟନ କରନ୍ତୁ।

-ଏହାପରେ ଆପଣ କାହା ସହ ଅଧିକ ଏମବିର ଚାଟିଂ କରିଛନ୍ତି ତାହା ଦେଖାଦେବ। ଏଠାରେ ଆପଣ ଗ୍ରୁପ୍ ଏବଂ ଗ୍ରାହକ ଲିଷ୍ଟ ଚୟନ କରିବା ସହ ନିଜର ଅଧିକ ଚାଟିଂ କଣ୍ଟାକ୍ଟ ଦେଖିପାରିବେ।

-ଏହାପରେ ଆପଣ ନିର୍ଦ୍ଦିଷ୍ଟ ବ୍ଯକ୍ତିଙ୍କ ଆଇଡ଼ି କ୍ଳିକ୍ କରି ଅଧିକ ଚାଟିଂ କରିଥିବା ବ୍ଯକ୍ତିଙ୍କ ସମସ୍ତ ଡ଼ିଟେଲ୍ସ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.