ଡ଼ାକ୍ତରଖାନାରେ କାମ କରୁଥିବା ୧୬ଜଣ ନର୍ସ ଏକା ସାଙ୍ଗରେ ହେଲେ ଗର୍ଭବତୀ

ନ୍ଯୁୟର୍କ : ଡ଼ାକ୍ତରଖାନାରେ କାମ କରୁଥିବା ୧୬ ଜଣ ନର୍ସ ଏକା ସାଙ୍ଗରେ ହୋଇଛନ୍ତି ଗର୍ଭବତୀ। ଏହିପରି ଘଟଣା ଦେଖିବାକୁ ମିଳିଛି ଆମେରିକାର ଏରିଜୋନା ମେସା ଅଞ୍ଚଳରେ ରହିଥିବା ଡ଼ିଜର୍ଟ ମେଡ଼ିକାଲ ସେଣ୍ଟରରେ। ତେବେ ନର୍ସଙ୍କର ଗର୍ଭବତୀ ହେବା ବିଷୟରେ ସେତେବେଳେ ଜଣା ପଡ଼ିଲା ଯେତେବେଳେ ସେମାନେ ଗର୍ଭବତୀ ମହିଳାଙ୍କ ଫେସବୁକ୍ ଗ୍ରୁପରେ ଏକା ସାଙ୍ଗରେ ସାମିଲ ହୋଇଥିଲେ। ଡ଼ାକ୍ତରଖାନା ସମସ୍ତ ନର୍ସ ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ଗର୍ଭଧାରଣ କରିବେ।
ଏକା ସାଥିରେ ଗର୍ଭବତୀ ହୋଇଥିବା ଘଟଣା ବିଷୟରେ ଜଣେ ନର୍ସ କହିଛନ୍ତି, ଡ଼ାକ୍ତରଖାନାର ପାଣିରେ କିଛି ରହିଛି ଯାହା ଫଳରେ ଏପରି ଘଟଣା ଘଟିଛି। ସେହିପରି ଆଉ ଜଣେ ନର୍ସ ଫେସବୁକ୍ ଦ୍ବାରା ସମସ୍ତ ନର୍ସଙ୍କ ଗର୍ଭବତୀ ହୋଇଥିବା ଖବର ମିଳିଥିବା କହିଛନ୍ତି। ଦେଖିବାକୁ ଗଲେ ଏବେ ସମସ୍ତ ନର୍ସ ମେଟେରନିଟି ଛୁଟିରେ ଯିବାର ପ୍ରସ୍ତୁତି କରୁଥିବା ବେଳେ ଡ଼ାକ୍ତରଖାନାରେ କିପରି ଚିକିତ୍ସା ହେବ ସେନେଇ ସମସ୍ଯା ଉପୁଜିଛି ।