Below header

ଚୀନରେ ଭୟଙ୍କର ଦୁର୍ଘଟଣା: ୧୭ ମୃତ, ୨୨ ଗୁରୁତର

ପୂର୍ବ ଚୀନ୍ର ଜିୟାଂସି ପ୍ରଦେଶର ନାନଚାଙ୍ଗ କାଉଣ୍ଟିରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି । ଦୁର୍ଘଟଣା କେଉଁଥି ପାଇଁ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ସ୍ଥାନୀୟ ସମୟ ଅନୁସାରେ ୧ଟା ରେ ଏହି ଦୁର୍ଘଟଣା ଘଟିଥିଲା ।

ପୋଲିସ ଘଟଣାସ୍ଥଳର ଆଖପାଖରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଏହା ସହିତ ଦୁର୍ଘଟଣାର ହେବାର ପ୍ରାୟ ଏକ ଘଣ୍ଟା ପରେ ନାନଚାଙ୍ଗ କାଉଣ୍ଟି ଟ୍ରାଫିକ ପୋଲିସ ବାଇକ୍‌ ଚାଳକମାନଙ୍କୁ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଅଞ୍ଚଳରେ ପାଗ ଖରାପ ଯୋଗୁଁ ଦୃଶ୍ୟମାନତା ବହୁତ କମ୍ ରହିଛି । ଗାଡତ ଧୀରେ ଚଲାନ୍ତୁ । କୁହୁଡି ଆଲୋକ ପ୍ରତି ଧ୍ୟାନ ଦିଅନ୍ତୁ । କାର ଠାରୁ ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ, ପଥଚାରୀଙ୍କ ଠାରୁ ଦୂରେଇ ରୁହନ୍ତୁ, ଗାଡ଼ି ପରିବର୍ତ୍ତନ କରନ୍ତୁ ନାହିଁ ଏବଂ ଅତିକ୍ରମ କରନ୍ତୁ ନାହିଁ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.