ଧାନଖଳାରେ ଅଗ୍ନିକାଣ୍ଡ: ଜଳିଗଲା ପ୍ରାୟ ୪ ଏକର ଜମିର ଅମଳ

ଭଞ୍ଜନଗର(କେନ୍ୟୁଜ୍): ଧାନଖଳାରେ ଅଗ୍ନିକାଣ୍ଡ । ଜଳିଗଲା ପ୍ରାୟ ୪ ଏକର ଜମିରୁ ଅମଳ ହୋଇଥିବା ଧାନଫସଲ । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ନୂଆଁଗଡ ଗାଁ ନିକଟରେ ଶନିବାର ରାତିରେ ଘଟିଛି ଏଭଳି ଘଟଣା ।

ଖଳାରେ ଜମା ହୋଇ ରହିଥିବା ୩ ଜଣ ଚାଷୀଙ୍କ ସମସ୍ତ ଅମଳ-ଧାନ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ସ୍ଥାନୀୟ ଲୋକେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । କିଛି ସମୟ ପରେ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.