୧୭ ବର୍ଷ ପୁଅର କାରନାମା ହେଲା ରେକର୍ଡ : ଝାଡୁ ଧରି ମା’କୁ କଲା ଶାସନ , ଦେଖନ୍ତୁ ଭିଡିଓ

ମା’ ଏମିତି ଏକ ମଣିଷ ଯାହାର ସ୍ଥାନ ଜୀବନରେ ଆଉ କେହି ନେଇ ପାରିବେନାହିଁ । ମା’ ଛୁଆର ସମ୍ପର୍କ ଦୁନିଆର ସବୁଠୁ ସ୍ନେହର ସମ୍ପର୍କ । ମା’ର ଋଣ କେହି କେବେ ସୁଝି ପାରେନାହିଁ । ହେଲେ ମା’ ସବୁବେଳେ ଦୁଃଖ ସହିଥାଏ । ମା’କୁ ନିର୍ଯ୍ଯାତନା ଦିଆଯିବା ପ୍ରସଙ୍ଗ ଆମେ ବିଭିନ୍ନ ସ୍ଥାନରୁ ବହୁତ ଥର ଶୁଣିବାକୁ ପାଇଲେନି । ହେଲେ କଣ ଏକ ୧୭ ବର୍ଷର ବାଳକ ନିଜ ଜନ୍ମକଲା ମା’କୁ କେବେ ଝାଡୁରେ ମାଡ ମାରିପାରେ? ଏକଥା ଆପଣକୁ ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ଯ ସତ ।

କଥାଟି ହେଉଛି ନିଜ ପଡୋଶୀଙ୍କ ସହିତ ପୁଅର ପରୀକ୍ଷା ମାର୍କ ସମ୍ପର୍କରେ ଆଲୋଚନା କରୁଥିଲେ ମା ଜଣଙ୍କ। ଯେଉଁ ବିଷୟରେ ପୁଅ ଜାଣିବା ପରେ ମା ଘରକୁ ଆସିବା କ୍ଷଣି ୧୭ ବର୍ଷର ଏହି ପୁଅ ଜଣଙ୍କ ଏକ ଝାଡୁ ଧରି ନିଜ ମା’କୁ ଶାସନ କରିବା ସହ ବାଡେଇଥିଲେ । ଯାହାକୁ ପାଖରେ ବଡ ଭଉଣୀ ମୋବାଇଲରେ ରେକର୍ଡ କରିଦେଇଥିଲେ । ଯାହା ଏବେ ଭାଇରାଲ ହୋଇଛି । ଏନେଇ ଜାଣିବା ପରେ ପୋଲିସ ନିଜ ତରଫରୁ ଏନେଇ ଏକ ମାମଲା ରୁଜୁ କରିବା ସହ ଉକ୍ତ ବାଳକ ଜଣଙ୍କୁ ପୁନଶ୍ଚ ଏଭଳି କାମ ନକରିବା ପାଇଁ ଚେତାବନୀ ଦିଆଯାଇଛି ।

ଦେଖନ୍ତୁ ଏହି ଭିଡିଓ :

You might also like