ଟ୍ରେନରେ କଟି ପୂର୍ବତନ ବିଧାୟକଙ୍କ ମୃତ୍ୟୁ

ଅନୁଗୁଳ(କେନ୍ୟୁଜ୍) : ଟ୍ରେନରୁ ଖସି ବିଧାୟକ ମୃତ। ଅନୁଗୁଳ ନାଲକୋ ଥାନା ଅନ୍ତର୍ଗତ କଇଁଫୁଲିଆ ସାହି ନିକଟରେ ଟ୍ରେନରେ କଟି ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତ୍ୟୁ ହୋଇଛି। ଗତକାଲି ରାଜକିଶୋର ବାହାରକୁ ଯାଇ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାରଲୋକେ ଖୋଜାଖୋଜି କରିତିଲେ। ହେଲେ ଆଜି ସକାଳେ ରେଳ ଧାରଣା କଡରେ ତାଙ୍କର ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ତେବେ ରାଜକିଶୋର କେମିତି ଟ୍ରେନ୍‌ରେ କଟିଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.