Below header

କିଆ ମୋଟର୍ସ ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ହେଲା ବୁଝାମଣାପତ୍ର

ବିଶ୍ବସ୍ତରୀୟ କାର୍‌ ନିର୍ମାଣ କରୁଥିବା ସଂସ୍ଥା କିଆ ମୋଟର୍ସ ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଛି ଏକ ବୁଝାମଣାପତ୍ର । ଭବିଷ୍ୟତରେ ଗମନାଗମନରେ ବ୍ୟବହାର ହେଉଥିବା ଯାନବାହାନର ବିକଶିତ କରିବା ହେଉଛି ଏହି ବୁଝାମଣା ସ୍ବାକ୍ଷରର ମୂଳ ଲକ୍ଷ୍ୟ।

146ଆନ୍ଧ୍ରରେ କିଆ ମୋଟର୍ସ‌ ପକ୍ଷରୁ ଇଲେକ୍ଟ୍ରିକ୍ ଯାନ ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକଶିତ କରାଯିବ। ଆନ୍ଧ୍ର ପ୍ର‌ଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ଏବଂ କିଆ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ କୁକ୍‌ହୁନ୍ ସିମ୍‌ଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.