Below header

ସପ୍ତମ ବେତନ କମିସନ: ଏହି ମାସରେ ସରକାରୀ କର୍ମଚାରୀମାନଙ୍କୁ ମିଳିବ ଏକ୍ସଟ୍ରା ଦରମା

କିଛିଦିନ ପୂର୍ବରୁ ଓଡିଶା ସରକାର ଜୁନିଅର ଶିକ୍ଷକଙ୍କର ଦରମା ୫୦ ପ୍ରତିଶତ ବଢାଇଛନ୍ତି । ଠିକ୍‌ ସେହିପରି କେନ୍ଦ୍ର ସରକାର ମଧ୍ୟ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ନେଇ ଏକ ନିଷ୍ପତି ନେଇଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର, ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ଲାଗୁ କରିଛନ୍ତି । ଯେଉଁମାନଙ୍କର ଗୋଟେ ସନ୍ତାନ ତାଙ୍କୁ ୨,୨୫୦ ଟଙ୍କା ଏକ୍ସଟ୍ରା ମିଳିବ ଏବଂ ଯାହାର ଦୁଇଟି ସନ୍ତାନ ତାଙ୍କୁ ମିଳିବ ୪୫୦୦ ଟଙ୍କା । ତେବେ ଏହା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହେଉଛି ଏକ ଖୁସି ଖବର ।

ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଯେତେବେଳେ କେନ୍ଦ୍ର ସରକାରୀ କର୍ମଚାରୀ ନିଜର ଦରମା ପାଇବେ, ତାଙ୍କ ଆକାଉଣ୍ଟକୁ ନିଜର ସନ୍ତାନ ଅନୁଯାୟୀ ଟଙ୍କା ବଢାଯାଇ ଦିଆଯିବ । ଯାହାକି ଜାନୁୟାରୀ ୨୬ ପର୍ଯ୍ୟନ୍ତ ହୋଇଯାଇପାରେ । ତେବେ ଏହା ଆଠମାସ ପୂର୍ବରୁ ହିଁ ହେବାର ଥିଲା କିନ୍ତୁ ଏହାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଇଛି । ଖାସ କରି ନିୟମିତ କର୍ମଚାରୀଙ୍କ ବ୍ୟତୀତ ପେନସନ ଧାରୀମାନେ ଏହି ପେନସନ ର ଅଧିକ ଓ ସିଧାସଳଖ ଲାଭ ପାଇବେ ।

7nth pay
Picture Credit – wiki

କେନ୍ଦ୍ର ସରକାରଙ୍କ ତରଫରୁ ଏହା ମଧ୍ୟ ଘୋଷଣା କରାଯାଇଛି ଯେ ଯଦି କୌଣସି କେନ୍ଦ୍ର ସରକାରୀ କର୍ମଚାରୀ ଏହି ସୁବିଧା ପାଇବା ପାଇଁ ଏପର୍ଯ୍ୟନ୍ତ ଆପ୍ଲାଏ କରି ନାହାନ୍ତି ତେବେ ଏହା ଜାନୁୟାରୀ ମାସ ସୁଧା ଶୀଘ୍ର କରନ୍ତୁ । ଯଦି ଆପଣ ଏପର୍ଯ୍ୟନ୍ତ ଶିଶୁ ଶିକ୍ଷା ଭତ୍ତା ଦାବି କରିବାକୁ ସକ୍ଷମ ହୋଇ ନାହାଁନ୍ତି, ତେବେ ଜାନୁଆରୀ ମାସରେ ଆପଣ ଏହାକୁ କ୍ଲେମ୍‌ କରିବା ପାଇଁ ଏକ ସୁଯୋଗ ଅଛି ଏବଂ ଏଥିପାଇଁ କୌଣସି ଅଫିସିଆଲ୍ ଡକ୍ୟୁମେଣ୍ଟ୍ ଆବଶ୍ୟକ ନାହିଁ । ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କ ପିଲାମାନେ ଶିକ୍ଷା ପାଇଁ ୨୨୫୦ ଟଙ୍କା ଭତ୍ତା ପାଇପାରିବେ ।

କୋଭିଡ ମହାମାରୀ ହେତୁ ସାରା ଦେଶରେ ସ୍କୁଲ ବନ୍ଦ ରହିଥିଲା ଏବଂ ଏହି କାରଣରୁ କର୍ମଚାରୀମାନେ ଶିଶୁ ଶିକ୍ଷା ଭତ୍ତା ଦାବି କରିପାରିନଥିଲେ । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ସୁବିଧା ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାରୀ କର୍ମଚାରୀ ଭାବରେ, ଯଦି ଆପଣ ଏପର୍ଯ୍ୟନ୍ତ ଏହି ପେନସନ ପାଇଁ ଦାବି କରିନାହାଁନ୍ତି, ତେବେ ଆପଣ ବର୍ତ୍ତମାନ ଏହା ପାଇଁ ଆବେଦନ କରିପାରିବେ । ଏହା ଦ୍ୱାରା ପ୍ରାୟ ୨୫ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଭ ପାଇବେ ।

ତେବେ ଏହି ପେନସନ ରୁଲ୍‌ ଅନୁଯାୟୀ ହିଁ କର୍ମଚାରୀଙ୍କୁ ଟଙ୍କା ଦିଆଯିବ । ସରକାରୀ କର୍ମଚାରୀଙ୍କର ଗୋଟିଏ ପିଲା ପାଇଁ ତାଙ୍କୁ ୨୨୫୦ ଟଙ୍କା ମିଳିବ । ଯଦି ଜଣେ କର୍ମଚାରୀଙ୍କର ଦୁଇଟି ସନ୍ତାନ ଥାଏ, ତେବେ ତାଙ୍କ ଆକାଉଣ୍ଟରେ ୪୫୫୦ ଟଙ୍କା ମିଳିବ । ଏହା ଛଡା କେନ୍ଦ୍ର ସରକାରୀ କର୍ମଚାରୀଙ୍କର ଯେକୌଣସି ରାଶି ଏପର୍ଯ୍ୟନ୍ତ ଅଟକି ରହିଛି ସେସବୁ ଆଗକୁ ମିଳିଯିବ ବୋଲି କେନ୍ଦ୍ର ଲରକାରଙ୍କ ତରଫରୁ ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.