ମାଓ ପ୍ରଭାବିତ ଜିଲ୍ଲାରେ ସଶକ୍ତ ହେବ ଡାକ ବିଭାଗ: ଓଡିଶାରେ ୨୭୨ଟି ଡାକଘର ସ୍ଥାପନ କଲେ ରେଳୱେ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟର ୧୧ଟି ମାଓ ପ୍ରଭାବିତ ଜିଲ୍ଲାରେ ୨୭୨ଟି ଡାକଘର ସ୍ଥାପନ । ଭୁବନେଶ୍ୱର ବିଏସଏନଏଲ ମୁଖ୍ୟ କାର୍ଯ୍ୟାଳୟରେ ଭିଡିଓ କନଫରେନ୍‌ସିଂରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳୱେ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ଅଛନ୍ତି । ସଂପୃକ୍ତ ୨୭୨ଟି ପୋଷ୍ଟ ଅଫିସ ମଧ୍ୟରୁ ୧୨୮ଟି ଡାକଘର ଖୋଲାଯାଇଛି । ବାକି ୧୪୪ଟି ପୋଷ୍ଟ ଅଫିସ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ।

ସେହିପରି ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାର ୩ହଜାର ୯ଶହ ୩୩ ଗାଁରେ ଫୋର୍‌ ଜି ସଂଯୋଗୀକରଣ ପାଇଁ ନୂତନ ମୋବାଇଲ ଟାୱାର ସ୍ଥାପନ ହେବ । ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ମୋବାଇଳ ଟାୱାର ବସିବ । ଏଥିପାଇଁ ୩ହଜାର ୨ଶହ ୧୯ କୋଟି ଟଙ୍କାର ବ୍ୟୟ ଅଟଳ କରାଯାଇଛି । ଏନେଇ ସ୍ଥାନୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.