Below header

ଦସ୍ତଖତ ଅସଲି କିନ୍ତୁ ସୁନା ନକଲି: ଭୁବନେଶ୍ବର ICL ଫିନ୍‌କର୍ପ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ଦସ୍ତଖତ ଅସଲି, ସୁନା ନକଲି । ବନ୍ଧା ହେଲା ଆଇ.ସି.ଏଲ ଫିନ କର୍ପ ଗୋଲ୍‌ଡ଼ ଲୋନ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜର ସଚ୍ଚିଦାନନ୍ଦ ସାମନ୍ତରାୟ । ଘର-ବ୍ରହ୍ମପୁର, ଶିକ୍ଷାଗତ ଯୋଗ୍ୟତା ଏମ୍‌କମ୍‌ । ୪ ଜଣ ଗ୍ରାହକଙ୍କ ଦସ୍ତଖତ ନେଇ ୮ ଲକ୍ଷରୁ ଅଧିକ ଟଙ୍କା କରିଥିଲା ଚଳୁ । ଅଡିଟ୍‌ ବେଳେ ସାମ୍ନାକୁ ଆସିଥିଲା ସତ । ଅଭିଯୁକ୍ତ ପାଖରୁ ୨୯୦ ଗ୍ରାମ ନକଲି ସୁନା, କାଗଜପତ୍ର ଓ ବିଭିନ୍ନ ବ୍ୟାଙ୍କ ପାସ୍‌ବୁକ୍‌ ଜବତ କରିଛି ପୋଲିସ ।

ପୋଲିସ ସ୍କାନରରେ ଅଛନ୍ତି ସଂସ୍ଥାର ଅନ୍ୟ କର୍ମଚାରୀ । ଅଭିଯୁକ୍ତ ସଚ୍ଚିଦାନଦ ସାମନ୍ତରାୟକୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି ମଞ୍ଚେଶ୍ୱର ଥାନା ପୋଲିସ । ପୂର୍ବରୁ ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱରର ଯେଉଁ ଯେଉଁ ସଂସ୍ଥାରେ ଅଭିଯୁକ୍ତ କାମ କରିଛି ସେହି ସଂସ୍ଥାଗୁଡିକୁ ତଦନ୍ତ ପରିସରଭୁକ୍ତ କରିବ ପୋଲିସ । ଠକେଇ ପଛରେ ସଂସ୍ଥାର ଆଉ କାହାର ହାତ ରହିଛି କି? ଠକେଇରେ ସଚ୍ଚିଦାନନ୍ଦକୁ କିଏ ସହଯୋଗ କରୁଥିଲା? ଠକେଇ ଟଙ୍କାକୁ ଅଭିଯୁକ୍ତ ବିନିଯୋଗ କରୁଥିଲା କେଉଁଠି ? କେତେ ଦିନ ହେବ ଏଭଳି ଠକେଇ କରି ଆସୁଥିଲା ? ଅଧିକ ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.