Below header

କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆଜି ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା

କେନ୍ଯୁଜ୍: ଆଜି ବିଭିନ୍ନ ଟ୍ରେଡ ୟୁନିୟନର ୨୪ ଘଣ୍ଟିଆ ବନ୍ଦ ଡାକରା । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଦେଶବ୍ୟାପୀ ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ହରତାଳରେ ସାମିଲ ହେବାକୁ ସିଆଇଟିୟୁ ପକ୍ଷରୁ ଆହ୍ଵାନ ଦିଆଯାଇଛି । ଅତି କମ୍‌ରେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ ଏବଂ ଅନେକ ବ୍ୟାଙ୍କ କର୍ମଚାରୀ ୟୁନିଅନ୍‌ ଧର୍ମଘଟରେ ସାମିଲ ହେବେ । ପାଖାପାଖି ୨୫ କୋଟି କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇପାରନ୍ତି ।

ନିଯୁକ୍ତି ଗ୍ୟାରେଣ୍ଟ ଦେବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ ଓ ଚାଷୀ ବିରୋଧୀ ୩ଟି କୃଷି ଆଇନ ବାତିଲ ଦାବିରେ ବନ୍ଦ ଡାକରା ଦିଆଯାଇଛି । ବ୍ୟବସାୟିକ ପ୍ରତିଷ୍ଠାନ ସହ ଅନ୍ୟ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡି ଚଳାଚଳ ବନ୍ଦ ରହିବ । ଆମ୍ବୁଲାନ୍ସ ଭଳି ଅତ୍ୟାବଶ୍ୟକ ସେବା ପ୍ରତି ସଂଗଠନ ଦୃଷ୍ଟି ଦେବ ବୋଲି ଶ୍ରମିକ ନେତାମାନେ କହିଛନ୍ତି ।

ବନ୍ଦ ଯୋଗୁ ଲୋକସେବା ଭବନ ଓ ଖାରବେଳ ଭବନରେ କାମ କରୁଥିବା ସରକାରୀ କର୍ମଚାରୀଙ୍କୁ ସକାଳ ୯ଟା ୩୦ ସୁଦ୍ଧା ଅଫିସରେ ପହଞ୍ଚିବାକୁ କୁହାଯାଇଛି । ଭାରତ ବନ୍ଦ ପାଇଁ ସିପିଆଇ ପକ୍ଷରୁ ଗତକାଲି ସଂଧ୍ୟାରେ ଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା । କଂଗ୍ରେସ ସମେତ ବାମଦଳ ଗୁଡିକ ଏହି ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଧର୍ମଘଟକୁ ନଜରରେ ରଖି ପୋଲିସ ମଧ୍ୟ ପ୍ରସ୍ତୁତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.