କଙ୍ଗୋ : ଜନବସତି ଉପରେ ଖସି ପଡ଼ିଲା ଯାତ୍ରୀବାହୀ ବିମାନ, ୨୯ ମୃତ

କଙ୍ଗୋର ଗୋମା ଅଞ୍ଚଳରେ ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨୯ ଜଣଙ୍କର ମୃତ୍ୟୁ ଘଟିଛି । ଗତ ଶନିବାର ଦିନ ଏହି ଛୋଟିଆ ଯାତ୍ରୀବାହୀ ବିମାନଟି ବିମାନ ବନ୍ଦରରୁ ଉଡ଼ାଣ ଆମ୍ଭ କରିବା ପରେ ଗୋମାର ଜନଗହଳି ଅଞ୍ଚଳରେ ଖସି ପଡ଼ିଥିଲା । ଏଥିରେ ୧୯ ଜଣ ଯାତ୍ରୀ ଥିଲେ । ତେବେ ଜନବସତି ଉପରେ ଏହି ଖସି ପଡ଼ିବାରୁ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଗତକାଲି ସୁଦ୍ଧା ୨୯ଟି ଶବ ଉଦ୍ଧାର କରାଯାଇଥିଲା ।

AIRCRASH-2

Leave A Reply

Your email address will not be published.