ଟ୍ରାଫିକ ପୋଷ୍ଟରେ କନେଷ୍ଟବଳଙ୍କୁ ପିଟିଲା ବସ, ଦେଖନ୍ତୁ ଲାଇଭ ଭିଡିଓ 

କେନ୍ୟୁଜ୍(ବ୍ୟୁରୋ):   ଟ୍ରାଫିକ ନିୟନ୍ତ୍ରଣ  କରିବାକୁ ଯାଇ ଗୁରୁତର ଆହାତ ହେଲେ  ଟ୍ରାଫିକ କନେଷ୍ଟବଳ। ଘଟଣା ଘଟିଛି ଚଣ୍ଡୀଗଡରେ । ଯାହାର ଲାଇଭ ଭିଡିଓ ସୋସିଆଲ  ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓକୁ ସେୟାର କରିଛି ଚଣ୍ଡୀଗଡ ପୋଲିସ। ଭିଡିଓରେ ଦେଖା ଯାଉଛି ଯେ ଜଣେ ଟ୍ରାଫିକ  ପୋଲିସ ଟ୍ରାଫିକ ନିୟନ୍ତ୍ରଣ  କରିବା ବେଳେ ଏକ ହଳଦୀଆ ରଙ୍ଗର ବସ ହଠାତ ତାଙ୍କୁ ଆସି ଧକ୍କା ଦେଉଛି। ଯାହା ଫଳରେ ଟ୍ରାଫିକ କନେଷ୍ଟବଳ ସେଠରେ ଗୁରୁତର ହୋଇପଡିଥିଲେ। ପରେ ପରେ କିଛି ଲୋକ  କନେଷ୍ଟବଳଙ୍କୁ ଉଦ୍ଧାରକରି ଡାକ୍ତରଖାନାକୁ ନେଇଥିଲେ। ଏବେ କନେଷ୍ଟବଳ ଜଣକ ଡାକ୍ତରଖାନାରେ ମ୍‌ତ୍ୟୁ ସହ ସଂଗ୍ରାମ କରୁଥିବାର ସୂଚନା ମିଳିଛି। ଗୁରୁତର ଆହତ ହୋଇଥିବା କନେଷ୍ଟବଳଙ୍କ ନାମ କୁଳଦୀପ ସିଂହ  ଓ ଏହି ଘଟଣାଟି କାଳୀ ବାଡି ମନ୍ଦିର ନିକଟରେ  ଘଟିଥିବାର ଚଣ୍ଡୀଗଡ ଏସଏସପି ଟ୍ବିଟରରେ ଉଲ୍ଲେଖ ରହିଛି। ଭିଡିଓଟି ଦେଖି ଅନେକ ଲୋକ କୁଳଦୀପଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.