Below header

ସଡ଼କ ଦୁର୍ଘଟଣାରେ ମାମୁଁ ଭଣଜା ସହ ୩ ମୃତ, ୪ ଆହତ

ଘନ କୁହୁଡ଼ି ନେଇଗଲା ମାମୁଁ, ଭଣଜାଙ୍କ ଜୀବନ । ଉତ୍ତରପ୍ରଦେଶ ଗୁନା ଜିଲ୍ଲାରେ ବାରମ୍ବାର ଘଟୁଛି ଦୁର୍ଘଟଣା । ଦୁର୍ଘଟଣା ଥମିବାର ନାଁ ନେଉନି । ଜଞ୍ଜାଲ ମଧୁସୁଦନଗଡ଼ର ରାସ୍ତାରେ ଦୁଇଟି ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ମାମୁଁ ଭଣଜାଙ୍କ ମୃତ୍ୟୁ ହେବା ସହ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଆହତ ୪ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉତ୍ତରପ୍ରଦେଶ : ଘନ କୁହୁଡ଼ି ନେଇଗଲା ମାମୁଁ, ଭଣଜାଙ୍କ ଜୀବନ । ଉତ୍ତରପ୍ରଦେଶ ଗୁନା ଜିଲ୍ଲାରେ ବାରମ୍ବାର ଘଟୁଛି ଦୁର୍ଘଟଣା । ଦୁର୍ଘଟଣା ଥମିବାର ନାଁ ନେଉନି । ଜଞ୍ଜାଲ ମଧୁସୁଦନଗଡ଼ର ରାସ୍ତାରେ ଦୁଇଟି ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ମାମୁଁ ଭଣଜାଙ୍କ ମୃତ୍ୟୁ ହେବା ସହ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଆହତ ୪ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୁଚନା ମୁତାବିକ୍‌, ରୋହିତ୍‌ ନାମକ ଯୁବକ ଅନ୍ୟ ୩ ଜଣ ସାଥିଙ୍କ ସହ ମୋଟର ସାଇକେଲରେ କମଲାପୁର ଗାଁ ଯାଉଥିଲେ । କମଲାପୁରରେ ରୋହିତଙ୍କ ଶଶୂର ଘର । ନିଜ ଶ୍ୱଶ୍ୱର ବୁଲିବାକୁ ଯାଉଥିଲେ । ସେହିପରି ଅନ୍ୟ ଗୋଟିଏ ମଟର ସାଇକେଲରେ ସଞ୍ଜୁ ବଘେଲ ଏବଂ ଅନ୍ୟ ଦୁଇଜଣ ରାଧେଗଡ଼ ଯାଉଥିଲେ । ସେହି ସମୟରେ ପିପଲଖେଡ଼ି ନିକଟରେ ଦୁଇଟି ବାଇକ୍‌ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ୩ ଜଣଙ୍କ ଜୀବନ ଯିବା ସହ ୪ ଜଣ ଆହତ ହୋଇଥିଲେ ।

ଏହି ଦୁର୍ଘଟଣାରେ ମାମୁଁ ଭଣଜା ସଞ୍ଜୁ ବଘେଲ ଲବଂ ହୋକେମ ବଘେଲ ସମେତ ରୋହିତଙ୍କର ମୃତ୍ୟୁ ହୋଇଛି । ତେବେ ମୋଟର ସାଇକେଲ୍‌ରେ ବସିଥିବା ଅନ୍ୟମାନେ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସବ୍‌ ଇନ୍‌ସପେକ୍ଟର ଗଜେନ୍ଦ୍ର ବୁନ୍ଦେଲାଙ୍କ କହିବା ଅନୁଯାୟୀ, ଘନ କୁହୁଡ଼ି କାରଣରୁ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତାହତ ହୋଇଥିବା ଲୋକେ କେହି ହେଲ୍‌ମେଟ୍‌ ପିନ୍ଧି ନଥିଲେ ଯାହା ଫଳରେ ୩ ଜଣଙ୍କ ଜୀବନ ଚାଲିଗଲା । ତେବେ ଗୁନା ଜିଲ୍ଲାରେ ବାାରମ୍ବାର ଦୁର୍ଘଟଣା ଘଟୁଛି । ଗତ ବର୍ଷ ୨୬ ଡିସେମ୍ବରରେ ଟ୍ରକ୍‌ ଓଲଟି ଗୋଟିଏ ପରିବାର ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଡିସେମ୍ବରରେ ବସ୍‌ ଦୁର୍ଘଟଣାରେ ୧୩ ଲୋକଙ୍କ ଜୀବନ ଚାଲି ଯାଇଥିଲା । ଆଉ ଏବେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କ ଜୀବନ ଚାଲିଯାଇଛି । ଚଳିତ ସପ୍ତାହରେ ୨୦ ଲୋକଙ୍କ ଜୀବନ ଚାଲିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.