Below header

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ମାଓ ହମଲା : ୪ ବିଏସଏଫ ଯବାନ ସହିଦ, ୨ ଆହତ

ଛତିଶଗଡ଼ : ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ମାଓ ହମ୍‌ଲା। ନକ୍ସଲଙ୍କ ସହ ଗୁଳି ବିନିମୟ ବେଳେ କାଙ୍କେର ଜିଲ୍ଲାରେ ୪ ବିଏସଏଫ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପରତାପୁର ଥାନା ଅନ୍ତର୍ଗତ ମହଲ୍ଲା ଜଙ୍ଗଲରେ ଏହି ମୁହାଁମୁହିଁ ହୋଇଥିଲେ ସୁରକ୍ଷାବାହିନୀ ଓ ମାଓବାଦୀ। ବିଏସଏଫ୍‌ ୧୧୪ ବାଟାଲିୟନର ଯବାନମାନେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଆଣ୍ଟି ନକ୍ସଲ ଅପରେସନ ଡିଆଇଜି ପି. ସୁନ୍ଦରାଜ କହିଛନ୍ତି । ଛତିଶଗଡ଼କ ମାଓ ଅଧ୍ୟୁଷିତ କାଙ୍କେର ଜିଲ୍ଲାରେ ଆସନ୍ତା ୧୮ ତାରିଖରେ ନିର୍ବାଚନ ରହିଛି। ତା ପୂର୍ବରୁ ଲାଲବାହିନୀ ଏଭଳି ଆକ୍ରମଣ କରି ପୋଲିସ ଓ ସୁରକ୍ଷାବାହିନୀକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.