Below header

ଅଷ୍ଟ୍ରେଲିଆରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ମୃତ, ୩ ଆହତ

ଅଷ୍ଟ୍ରେଲିଆର ଲୋକପ୍ରିୟ ଗୋଲ୍ଡ କୋଷ୍ଟ ଏରିଆରେ ଭୟଙ୍କର ବିମାନ ଦୁର୍ଘଟଣା। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ । ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ।

ସ୍ଥାନୀୟ ସମୟ ଅନୁସାରେ ଦିନ ୨ଟା ସମୟରେ ସି ଓ୍ଵାର୍ଲ୍ଡ ଥିମ ପାର୍କ ପାଖରେ ଏହି ଦୁର୍ଘଟଣା ହୋଇଥିଲା। ତେଣୁ ଘଟଣାସ୍ଥଳକୁ ଆପତ୍ତକାଳିନୀ ସେବା ତୁରନ୍ତ ପହଞ୍ଚିଥିଲା ।

ଜଣେ ଅଧିକାରୀ କହିଛନ୍ତି, ଦୁଇଟି ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା ହେବା ଯୋଗୁଁ ୪ ଜଣ ପ୍ରାଣ ହରାଇଛନ୍ତି। ହେଲିକପ୍ଟର ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଅଷ୍ଟ୍ରେଲିଆ ପରିବହନ ସୁରକ୍ଷା ବ୍ୟୁରୋ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି ।

ପୋଲିସ କହିବା ମୁତାବକ, ଲ୍ୟାଣ୍ଡିଂ କରୁଥିବା ବେଳେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା। କ୍ଷତିଗ୍ରସ୍ତ ହେଲିକପ୍ଟରଟି ଲ୍ୟାଣ୍ଡିଂ ସ୍ଥଳରୁ ବହୁ ଦୂରରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଛି। ଏଥିରେ ହିଁ ୪ ଯାତ୍ରୀଙ୍କ ମୃତଦେହ ଥିବା ସହ ୩ ଜଣ ଗୁରୁତର ଥିଲେ। ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନ ସିୱର୍ଲ୍ଡ ଡ୍ରାଇଭକୁ ଯାତାୟତ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଛି।

ସେପଟେ ଅଷ୍ଟ୍ରେଲୀୟ ପରିବହନ ସୁରକ୍ଷା ବ୍ୟୁରୋର ମୁଖ୍ୟ କମିଶନର ଆଙ୍ଗୁସ୍ ମିଚେଲ କହିଛନ୍ତି ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି। ୩ ଜଣ ଆହତ ହେବା ପରେ ତଦନ୍ତ ଚାଲିଛି ବୋଲି କୁଇନ୍ସଲ୍ୟାଣ୍ଡ ଆମ୍ବୁଲାନ୍ସ ସେବା ପୂର୍ବରୁ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.