OCS ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଏକ ସୁଯୋଗ: ସାଧାରଣ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ସଙ୍କଳ୍ପ

କେନ୍ୟୁଜ୍(ବ୍ୟୁରୋ): OCS ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଏକ ସୁଯୋଗ । ତିନିଟି ସୁଯୋଗ ସରିଥିଲେ ବି ପରୀକ୍ଷା ପାଇଁ ମିଳିବ ଆଉ ଏକ ସୁଯୋଗ । ୨୦୧୯, ୨୦୨୦ ଓ ୨୦୨୧ ଯେଉଁମାନେ ଦେଇଥିଲେ, ପରୀକ୍ଷାର୍ଥୀଙ୍କୁ ପୁଣି ଏକ ସୁଯୋଗ । ନିର୍ଦ୍ଧାରିତ ବୟସସୀମା ସରିଥିଲେ ବି ପରୀକ୍ଷାର୍ଥୀଙ୍କୁ ଆଉ ଥରେ ସୁଯୋଗ ମିଳିବ । ସାଧାରଣ ପ୍ରଶାସନ ପକ୍ଷରୁ ସଙ୍କଳ୍ପ ଜାରି କରାଯାଇଛି । ରାଜ୍ୟ ସରକାର ମୁଖ୍ୟତଃ ୨ଟି କାରଣରୁ ପରୀକ୍ଷାର୍ଥୀଙ୍କୁ ଏହି ସୁଯୋଗ ଦେଇଛନ୍ତି ।

ପ୍ରଥମଟି ୨୦୧୧ରୁ ୨୦୧୪ ମଧ୍ୟରେ ନିୟମିତ OCS ପରୀକ୍ଷା ହୋଇପାରିନଥିଲା । ଦ୍ୱିତୀୟ କାରଣଟି ହେଉଛି UPSC ଢାଞ୍ଚାରେ OCS ପରୀକ୍ଷା ହେଉଛି । ଏଥର ପ୍ରଥମ କରି ଓଡ଼ିଆରେ ମଧ୍ୟ OCS ପରୀକ୍ଷା ଦେଇହେବ । ଏହି ସବୁ କାରଣରୁ ରାଜ୍ୟ ସରକାର OCSରେ ଆଉ ଏକ ସୁଯୋଗ ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.