Below header

ଚାରି ଜଣଙ୍କୁ ରାମ୍ପି ବିଦାରି ମାରିଦେଲା ଭାଲୁ, ମୃତକଙ୍କ ପରିବାରକୁ ୬ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ଛତିଶଗଡ଼:ଛତିଶଗଡ଼ରେ ଅଘଟଣ । ଛତିଶଗଡ଼ର କୋରିୟା ଜିଲ୍ଲାସ୍ଥିତ ଅଂଗବାହୀ ଗାଁରେ ଭାଲୁ ଆକ୍ରମଣରେ ଚାଲିଗଲା ୪ଜଣଙ୍କ ଜୀବନ। ଏହାସହିତ ପାଖାପାଖି ୩ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଥିବାବେଳେ, ଉଚିତ୍ ଚିକିତ୍ସା ଯୋଗାଇ ଦିଆଯାଉଛି । ଜଙ୍ଗଲରୁ ଯାଉଥିବାବେଳେ ହଠାତ୍ ଭାଲୁ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଘଟଣା ଘଟିବା ପରେ ମୃତକଙ୍କ ପରିବାରକୁ ୬ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଛତିଶଗଡ଼ରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.