Below header

ଏହି ବିଚ୍ ରେ ଭୁଲରେ ମଧ୍ୟ ନିଅନ୍ତୁ ନାହିଁ ସେଲ୍‌ଫି, ନଚେତ୍‌ ମିଳିବ ମୃତ୍ୟୁଦଣ୍ଡ

ଦୁନିଆରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠି ମସ୍ତି କରିବା ପାଇଁ ପରଫେକ୍ଟ ସ୍ଥାନ। ଏମିତି କିଛି ବିଚ୍ ରହିଛି, ଯେଉଁଠି ଲୋକ ମଜା କରିବାକୁ ଯାଇଛନ୍ତି। କିନ୍ତୁ ଆଉ ମଜା କରିବେ କ’ଣ, ମଜା ଏଠି ସଜାରେ ପରିଣତ ହୋଇଯାଇଛି । ଆଜିକାଲିର ଲୋକମାନେ ମୈାଜ୍‌ମସ୍ତି କରୁଥିବା ସମୟରେ ସେଲଫି ନେବା ପାଇଁ ଭୁଲନ୍ତିନି। ଥରେ ଭାବନ୍ତୁ, ଯଦି ସେଲ୍‌ଫି ପାଇଁ କେଉଁଠି ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ତେବେ କ’ଣ ଆପଣ ସେଲଫି ନେବେ କି ? ଏମିତି ଏକ ବିଚ୍ ରହିଛି, ଯେଉଁଠି ସେଲଫି ନେଲେ ମିଳିଥାଏ ମୃତ୍ୟୁ ଦଣ୍ଡ ।

ଯଦି ଆପଣ ଭୁଲ୍‌ରେ ବି ଏହି ବିଚ୍‌କୁ ଯାଇଛନ୍ତି, ତେବେ କେବେ ବି ସେଲ୍‌ଫି ନିଅନ୍ତୁ ନାହିଁ। ଏମିତି ବିଚ୍ ରହିଛି ଥାଇଲାଣ୍ଡରେ । ଯେଉଁଟି ପର୍ଯ୍ୟଟକଙ୍କୁ ସେଲ୍‌ଫି ନେଲେ ମୃତ୍ୟୁ ଦଣ୍ଡ ଶୁଣାଯାଏ। ଏହି ଆଇଲାଣ୍ଡର ନାମ ଫୁକେଟ୍ ଆଇଲାଣ୍ଡ ବିଚ୍। ଏହି ବିଚ୍ ପାଖରେ ଏକ ଏୟାରପୋର୍ଟ ରହିଛି, ଯେଉଁଠି ସବୁବେଳେ ବିମାନ ଟେକଅପ୍ ଏବଂ ଲ୍ଯାଣ୍ଡ କରିଥାଏ। ଏହି କାରଣ ଯୋଗୁଁ ସୁରକ୍ଷା ଅଧିକାରୀ ଏଠାରେ ସେଲଫି ନେବାକୁ ବାରଣ କରନ୍ତି।

thailand

ଏଠିକାର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏଠାରେ ବିମାନ ଟେକଅପ୍ ଏବଂ ଲ୍ଯାଣ୍ଡିଂ କରିବା ସମୟରେ ପାଇଲଟର ଧ୍ୟାନ ସେଲ୍‌ଫି ନେଉଥିବା ଲୋକଙ୍କ ଉପରେ ପଡିପାରେ, ଯାହା ପାଇଁ ଦୁର୍ଘଟଣା ଘଟିପାରେ। ତେଣୁ ଏଠାରେ ସେଲ୍‌ଫି ନେବାକୁ ବାରଣ କରାଯିବା ସହିତ ନିୟମ ଭାଙ୍ଗିଲେ ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯାଏ।

phuket

ଏଠିକାର ଅଧିକାରୀ କହିଛନ୍ତି ଯେ ଏହି ସ୍ଥାନରେ ଚାରିଆଡେ ବାଡ଼ କରାଯାଇଛି। ଯେଉଁଠି ପର୍ଯ୍ୟଟକଙ୍କୁ ସେଲଫି ନେବାକୁ ମନା କରାଯାଇଛି। ଫୁକେଟ ଆଇଲାଣ୍ଡ ଏୟାରପୋର୍ଟରେ ବହୁତ ଭିଡ଼ ରହିଥାଏ। ତେଣୁ ପର୍ଯ୍ୟଟକଙ୍କୁ ସେଲ୍‌ଫି ନେବାକୁ ମନା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.