Below header

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ୪ ଭଉଣୀ ଜୀବନ୍ତ ଦଗ୍ଧ

ନିଆଁ ଉଜାଡିଦେଲା ପରିବାର । ଗୋଟେ ପରିବାରର ୪ ଭଉଣୀ ଜୀବନ୍ତ ଦଗ୍ଧ । ଏମାନେ ଶୋଇଥିବା ବେଳେ ନିଆଁ ଲାଗିଯାଇଥିଲା । ବିହାରର ମୁଜାଫରପୁରରେ ଏମିତି ଘଟଣା ଘଟିଛି ।

ବିହାରର ମୁଜାଫରପୁରରୁ ଘଟିଛି ହୃଦୟବିଦାରକ ଘଟଣା । ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରି ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୬ରୁ ଅଧିକ ଲୋକ ନିଆଁରେ ଜଳି ଗୁରୁତର ଆହତ ହୋଇଛନ୍ତି । ନିଆଁରେ ପୋଡି ହୋଇ ଚାଲିଯାଇଛି ୪ ଭଉଣୀଙ୍କ ଜୀବନ । ତେବେ ଏଯାଏଁ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ରାତି ପ୍ରାୟ ୧ ଟା ସମୟରେ ରାମଦାଲୁ ଷ୍ଟେସନ ନିକଟରେ ଥିବା ଏକ ଚାଳ ଘରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ଶୋଇଥିବା ୪ ଟି ପିଲା ଜୀବନ୍ତ ଜଳିଯାଇଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ, ଏମାନଙ୍କୁ ବାହାରିବାର କୌଣସି ସୁଯୋଗ ମିଳିନଥିଲା । ନିଆଁ ଲାଗିବା ବେଳେ ଶୋଇଥିବା ପିଲାଙ୍କୁ କିଛି ବି ଅନୁଭୂତ ହୋଇନଥିଲା । ତେଣୁ ଏମାନେ ଜୀବନ୍ତ ଜଳିଯାଇଥିଲେ । ଏହି ଘଟଣାରେ ୬ରୁ ଅଧିକ ଲୋକ ମଧ୍ୟ ଜଳି ଆହତ ହୋଇଛନ୍ତି ।

ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।ଏହି ଘଟଣାରେ ୧୨ ରୁ ୩ ବର୍ଷର ପିଲାଙ୍କର ମୃତ୍ୟୁ ହୋଇଛି । ନିଆଁ ଲାଗିବା ସମୟରେ ଏହି ସମସ୍ତ ଲୋକ ଶୋଇଥିଲେ। ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣା ସଦର ପୋଲିସ ଷ୍ଟେସନ ପରିସରର ରାମଦାଲୁ ଷ୍ଟେସନ ନିକଟରେ ଘଟିଥିଲା। ତେବେ ନିଆଁ କେମିତି ଲାଗିଲା ଏହାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.