Below header

ସହାୟତା ଯୋଗାଣ ପାଇଁ ଯାଉଥିବା ବେଳେ ଖୋଲିଲାନି ପାରାଶ୍ୟୁଟ୍‌, ୫ ମୃତ ଏବଂ ୧୦ ଆହତ

ଗାଜାକୁ ମାନବୀୟ ସହାୟତା ଯୋଗାଣ ପାଇଁ ଯାଇଥିବା ବେଳେ ଖୋଲିଲାନି ପାରାଶ୍ୟୁଟ୍‌ । ଫଳରେ ଦୁର୍ଘଟଣାରେ ୫ ମୃତ, ୧୦ ଆହତ ହୋଇଛନ୍ତି । ଯୁଦ୍ଧବିଧ୍ବସ୍ତ ଗାଜାରେ ମାନବୀୟ ସଙ୍କଟ ଉତ୍କଟ ହେବାରେ ଲାଗିଛି ।

ଗାଜାକୁ ମାନବୀୟ ସହାୟତା ଯୋଗାଣ ପାଇଁ ଯାଇଥିବା ବେଳେ ଖୋଲିଲାନି ପାରାଶ୍ୟୁଟ୍‌ । ଫଳରେ ଦୁର୍ଘଟଣାରେ ୫ ମୃତ, ୧୦ ଆହତ ହୋଇଛନ୍ତି । ଯୁଦ୍ଧବିଧ୍ବସ୍ତ ଗାଜାରେ ମାନବୀୟ ସଙ୍କଟ ଉତ୍କଟ ହେବାରେ ଲାଗିଛି । ଏଥିପାଇଁ ଆମେରିକା, ବେଲଜିୟମ, ଇଜିପ୍ଟ, ଫ୍ରାନସ ଓ ନେଦରଲ୍ୟାଣ୍ଡସ ପକ୍ଷରୁ ମାନବୀୟ ସହାୟତା ଯୋଗାଇ ଦିଆଯାଉଛି ।

ଖବର ମୁତାବକ, ଗାଜା ସହରର ଅଲ-ଶତୀ ଶରଣାର୍ଥୀ ଶିବିରର ଉତ୍ତରରେ ଦୁର୍ଘଟଣା ଘଟିଛି । ପାରାଶ୍ୟୁଟ୍‌ ରିଲିଫ ସାମଗ୍ରୀ ଧରି ଯାଇଥିବା ବେଳେ ଆକାଶରେ ଏହା ଖୋଲି ନଥିଲା । ଗାଜାରେ ରିଲଫ ସାମଗ୍ରୀ ପାଇଁ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଖସି ପଡ଼ିଥିଲା । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଅଲଶିଫା ହସପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ବୈଷୟିକ ତ୍ରୁଟି ଯୋଗୁଁ ପାରାଶ୍ୟୁଟ୍‌ ଖୋଲିନଥିଲା । ତେଣୁ ସେମାନେ ତଳେ ଖସିପଡିଥିଲେ । ତେବେ ଏମାନେ ଜୋର୍ଡନରୁ ଆସିଥିଲେ ବୋଲି ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.