Below header

ରାଜଧାନୀରେ ଥମୁନି ଲୁଟେରା ଆତଙ୍କ, ସୁନା ଦୋକାନ ଆଗରୁ ଝାମ୍ପି ନେଲେ ଗହଣା ଭର୍ତ୍ତି ବ୍ୟାଗ

ରାଜଧାନୀରେ ଥମୁନି ଲୁଟେରା ଆତଙ୍କ । ସୁନା ଦୋକାନ ଆଗରୁ ଗହଣା ଭର୍ତ୍ତି ବ୍ୟାଗ ଝାମ୍ପିନେଲା ଲୁଟେରା । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏହି ଲୁଟ୍ ହୋଇଛି । ଲୁଟର ଶିକାର ହୋଇଛନ୍ତି ସୁନା ଦୋକାନ ମାଲିକ ମାନସ କୁମାର ସାହୁ ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଥମୁନି ଲୁଟେରା ଆତଙ୍କ । ସୁନା ଦୋକାନ ଆଗରୁ ଗହଣା ଭର୍ତ୍ତି ବ୍ୟାଗ ଝାମ୍ପିନେଲା ଲୁଟେରା । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏହି ଲୁଟ୍ ହୋଇଛି । ଲୁଟର ଶିକାର ହୋଇଛନ୍ତି ସୁନା ଦୋକାନ ମାଲିକ ମାନସ କୁମାର ସାହୁ । ମିଳିଥିବା ସୂଚନା ଅନୁସାରେ ମାନସ ଦୋକାନ ବନ୍ଦ କରି ସୁନା, ରୂପା ବ୍ୟାଗକୁ ବାଇକରେ ରଖିଥିଲେ। ଏହି ସମୟରେ ଜଣେ ଲୁଟେରା ଆସି ବ୍ୟାଗ ଧରି ଚମ୍ପଟ ମାରିଥିଲା। ସିସିଟିଭିରେ କଏଦ ହୋଇଛି ଲୁଟର ଚିତ୍ର। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.