Below header

ପଞ୍ଜାବ: ଟ୍ରକ ସହିତ ପିଟିହେଲା କାର, ଭୟଙ୍କର ନିଆଁରେ ଚାଲିଗଲା ୫ ଜଣଙ୍କ ଜୀବନ

ପଞ୍ଜାବର ସଙ୍ଗରୁରରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ରାଜ୍ୟର ସୁନାମ ରୋଡରେ ଏକ ଟ୍ରକ ସହ କାର ଧକ୍କା ହେବା ପରେ ଖୁବ ଜୋରରେ ନିଆଁ ଲାଗିଥିଲା । ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ଜୀବନ ଯାଇଥିବା ନେଇ ରିପୋର୍ଟ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କାର ନିଆଁ ଏତେ ଭୟଙ୍କର ରୂପ ନେଇଥିଲା ଯେ ନିୟନ୍ତ୍ରଣ କରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଥିଲା । ମାତ୍ର କିଛି ମୁହୂର୍ତ୍ତରେ ହିଁ ଗାଡିଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା । ଗାଡ଼ିରେ ସେଣ୍ଟ୍ରାଲ ଲକ ପଡ଼ିଥିବାରୁ କାହାରିକୁ ବାହାର କରିବା ବି ଅସମ୍ଭବ ହୋଇପଡ଼ିଥିଲା ।ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାଯାଇଛି, ମୃତକ ପାଞ୍ଚ ଜଣ ସଙ୍ଗରୁରର ଡିଡ଼ବା ଅଂଚଳରୁ ଏକ ରିସେପ୍ସନ ପାର୍ଟି ଯୋଗ ଦେଇ ଫେରୁଥିଲେ ।

ଆଉ ଯେଉଁ ଟ୍ରକ ସହିତ କାରର ଧକ୍କା ହୋଇଥିଲା ସେହି ଟ୍ରକରୁ ଡିଜେଲ ଲିକ କରୁଥିଲା । ଆସୁଥିବା ସମୟରେ କାରଟି ଟ୍ରକକୁ ଓଭର ଟେକ କରିବାକୁ ଚେଷ୍ଟା କରିବା ସମୟରେ ଭାରସ୍ୟାମ ହରାଇ କାରଟି ଟ୍ରକ ସହିତ ପିଟି ହୋଇଥିଲା । ଧକ୍କା ହେବାପରେ କାରଟିରେ ଭୟଙ୍କର ନିଆଁ ଲାଗିଯାଇଥିଲା । କିନ୍ତୁ ସେଣ୍ଟର ଲକ ପଡ଼ିଥିବାରୁ କାହାରିକୁ ବାହାର କରାଯାଇ ପାରିନଥିଲା | ବଞ୍ଚାଇବା ନେଇ କୌଣସି ଉପାୟ ନଥିବାରୁ ଭିତରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସ ଓ ଫାୟାର ବିଗ୍ରେଡ଼ ଗାଡି ଘଟଣା ସ୍ଥଳରେ ପହଂଚିଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.