ଚଢାଉ ବେଳେ ପିପିଲି ପୋଲିସ୍ ଉପରକୁ ବୋମାମାଡ: ଡକାୟତି ଯୋଜନା କରୁଥିବା ୫ଦୁର୍ବୃତ୍ତ ଗିରଫ, ୩ଟି ବାଇକ ଓ ଦୁଇଟି ଅଫୁଟା ବୋମା ସହ ମାରଣାସ୍ତ୍ର ଜବତ

ପିପିଲି: ପୁରୀ ଜିଲ୍ଲା ପିପିଲିରେ ପୋଲିସ ଉପରକୁ ବୋମାମାଡ,୫ ଗିରଫ । ଡେଲାଙ୍ଗ ଥାନା ଘୋରଡିଆ ଛକ ଠାରେ କିଛି ଦୁର୍ବୃତ୍ତ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଚଢଉ କରିଥିଲା ।

ତେବେ ଅଭିଯୁକ୍ତ ମାନେ ପୋଲିସ ଉପରକୁ ବୋମାମାଡ କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍‌ ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଲୁହାରଡ ହାମର, ଲଙ୍କାଗୁଣ୍ଡ ପ୍ୟାକେଟ, ଟର୍ଚ୍ଚ ଏବଂ ୩ଟି ବାଇକ ଓ ଦୁଇଟି ଅଫୁଟା ବୋମା ଜବତ କରିଛି । ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜେଲକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.