ଆଫ୍ରିକୀୟ ଦେଶ କେପ ଭର୍ଡେ ଆଇଲାଣ୍ଡରେ ବୁଡିଲା ଡଙ୍ଗା, ୬୦ ମୃତ

ଡଙ୍ଗା ବୁଡି ୬୦ ମୃତ । ଡଙ୍ଗାରେ ଥିବା ୧୦୦ ଜଣଙ୍କ ମଧ୍ୟରୁ ୬୦ ଜଣ ମୃତ୍ୟୁବରଣ କରିଥିବା ବେଳେ ୩୮ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଜୀବନ୍ତ ହୋଇଥିବା ସମସ୍ତ ୧୨-୧୬ ବର୍ଷ ପିଲା ବୋଲି ଜଣାପଡିଛି । ଡଙ୍ଗାଟି ଆଫ୍ରିକୀୟ ଦେଶ କେପ୍‌ ଭର୍ଡେ ଆଇଲାଣ୍ଡରୁ ପ୍ରବାସୀମାନଙ୍କୁ ନେଇ ଯାଉଥିଲା ।

ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଆଇଲାଣ୍ଡରୁ ସେନେଗାଲରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଛି । ଫଳରେ ଅତିକମରେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ) ଏହି ସୂଚନା ଦେଇଛି ।

ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ) ବୁଧବାର କହିଛି ଯେ, ପଶ୍ଚିମ ଆଫ୍ରିକାର କେପ୍ ଭର୍ଡେ ଆଇଲାଣ୍ଡ ନିକଟରେ ସେନେଗାଲରୁ ଏକ ପ୍ରବାସୀ ଡଙ୍ଗା ମିଳିଛି। ଏଥିରେ ୧୦୦ ଲୋକ ରହିଥିଲେ । ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଯେଉଁଥିରୁ ୩୮ ଜଣ ଜୀବନ୍ତ ଉଦ୍ଧାର ହୋଇଛନ୍ତି । ଜୀବିତ ଥିବା ଲୋକଙ୍କ ମଧ୍ୟରେ ୧୨-୧୬ ବର୍ଷର ପିଲା ରହିଛନ୍ତି ।

ପୋଲିସ କହିଛି କି, ମାଛଧରା ଡଙ୍ଗା ଯାହାକୁ ପିରୋଗ ନାମରେ ଜଣାଯାଉଥିଲା, ସେହି ଡଙ୍ଗାଟିକୁ ସୋମବାର ଦିନ ସାଲର କେପ୍ ଭର୍ଡେ ଆଇଲାଣ୍ଡରୁ ପ୍ରାୟ ୧୫୦ ମିଲ୍ (୨୭୭ କିଲୋମିଟର) ଦୂରରେ ଆଟଲାଣ୍ଟିକ୍ ମହାସାଗରରେ ଦେଖିବାକୁ ମିଳିଥିଲା । ଜୁଲାଇ ୧୦ ତାରିଖ ଡଙ୍ଗାଟି ୧୦୦ ଯାତ୍ରୀଙ୍କୁ ଧରି ବାହାରିଥିଲା ବୋଲି ଜୀବିତ ଥିବା ପିଲାମାନେ କହିଛନ୍ତି । ତେବେ ଘଟଣା କେତେ ବେଳେ ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ନିକଟରେ ଫିଲିପାଇନ୍ସର ରାଜଧାନୀ ମନୀଲାରର ଏକ ହ୍ରଦରେ ଡଙ୍ଗାବୁଡି ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା  ।  ଡଙ୍ଗାରୁ ୪୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।  ହି ଡଙ୍ଗାଟି ବିନଙ୍ଗୋନାନ ସହରରୁ ଫିଲିପାଇନ୍ସର ସବୁଠାରୁ ବଡ ହ୍ରଦ । ଡି ବାଇରେ ଥିବା ତାଲିମ ଦ୍ୱୀପକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରବଳ ପବନ ଯୋଗୁ ମୋଟର ବୋଟ ଦୋହଲିଯାଇଥିଲା । ଆଉ ଡଙ୍ଗାରେ ଥିବା ଲୋକମାନେ ଏହାକୁ ଦେଖି ଆତଙ୍କିତ ହୋଇପଡିଥିଲେ। ଫଳରେ ଡଙ୍ଗାଟି ଓଲଟି ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.