Below header

ପ୍ରେମିକ ସହ ଧରାପଡିଲା ସ୍ତ୍ରୀ, ସ୍ବାମୀଙ୍କ ଏତଲା ପରେ ଲଜରୁ ଉଦ୍ଧାର କଲା ପୋଲିସ

ପ୍ରେମିକ ସହ ଧରାପଡିଲା ସ୍ତ୍ରୀ। ଭୁବନେଶ୍ବର ଅଶୋକନଗର ସ୍ଥିତ ଏକ ଲଜରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖରେ ମହିଳ ଜଣକ ଘରୁ ଲୁଚି ପଳାଇ ଆସିଥିଲେ। ଏହାପରେ ନିଜ ପ୍ରେମିକ ସହ ଲଜରେ ରହୁଥିଲେ।

ଭୁବନେଶ୍ବର (କେନ୍ୟୁଜ): ପ୍ରେମିକ ସହ ଧରାପଡିଲା ସ୍ତ୍ରୀ। ଭୁବନେଶ୍ବର ଅଶୋକନଗର ସ୍ଥିତ ଏକ ଲଜରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଅସଂଯତ ଅବସ୍ଥାରେ ଲଜରୁ ଉଦ୍ଧାର ହୋଇଛନ୍ତି ମହିଳା । ସ୍ତ୍ରୀ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ୱାମୀ ବଳରାମ ଜେନା । ମହିଳା ଜଣଙ୍କ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଆସିଥିବା ଏତଲାରେ ଉଲ୍ଲେଖ ।

ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖରେ ମହିଳ ଜଣକ ଘରୁ ଲୁଚି ପଳାଇ ଆସିଥିଲେ। ଏହାପରେ ନିଜ ପ୍ରେମିକ ସହ ଲଜରେ ରହୁଥିଲେ। ଆସିବାବେଳେ ସୁନା ଅଳଙ୍କାର ଜିନିଷ ସହ ୨୫ ହଜାର ଟଙ୍କା ଚୋରି କରି ନେଇଥିବା ସ୍ବାମୀ ଅଭିଯୋଗ କରିଛନ୍ତି। ଏହାପରେ ନିଗମ ଲଜର ରୁମ ନମ୍ବର ୧୫ ରେ ଲୁଚି ରହୁଥିଲେ ମହିଳା ଓ ତାଙ୍କ ପ୍ରେମିକ ।। ସ୍ତ୍ରୀ ନିଖୋଜ ନେଇ ସ୍ବାମୀ ଜଙ୍କିଆ ଥାନାରେ ଏତଲା ଦେଇଥିଲେ। ସ୍ବାମୀଙ୍କ ଏତଲା ଆଧାରରେ ଖୋଜାଖୋଜି କରିବା ପରେ ଲଜରୁ ଉଦ୍ଧାର କରିଥିଲା କ୍ୟାପିଟାଲ ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.